Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ ଘନ ଗସ୍ତ କରୁଛନ୍ତି ୫ ଟି ସଚିବ ଭିକେ ପାଣ୍ଡିଆନ।ଆଜିଠାରୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଶୁକ୍ରବାର ଅପରାହ୍ଣରେ ୪ଟାରେ ସେ ବିମାନ ଯୋଗେ ଜୟପୁର ପହଞ୍ଚିବେ । ସେଠାରୁ କାର୍‌ରେ ନବରଙ୍ଗପୁର ଜିଲ୍ଲା ଗସ୍ତ କରିବେ ।ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଅନୁସୂଚିତ ଜନଜାତି ବିଭାଗର ଅନ୍ୱେଷା ହୋଷ୍ଟେଲ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ୧୮ରେ ନବରଙ୍ଗପୁର ବ୍ଲକର ପର୍ଯ୍ୟଟନସ୍ଥଳୀ ମାଣ୍ଡାଡଙ୍ଗରୀ, ପାପଡାହାଣ୍ଡି ବ୍ଲକର ଏସ୍‌ଏସ୍‌ଡି ହାଇସ୍କୁଲ, ଝରିଗାଁ ବ୍ଲକର ବିଡ୍ରି ମନ୍ଦିର, ଉମରକୋଟର ଐତିହାସିକ ପର୍ଯ୍ୟଟନସ୍ଥଳୀ ପୋଡ଼ାଗଡ଼, ଉମରକୋଟର ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିବା ପରେ ଉମରକୋଟର ଆର୍‌ଏମ୍‌ସି ୟାର୍ଡ, ଉମରକୋଟ ବ୍ଲକ ପୂଜାରୀଗୁଡାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉମରକୋଟର ଜାମରୁଣ୍ଡା ୫-ଟି ହାଇସ୍କୁଲ, ଉମରକୋଟର ଆହାର କେନ୍ଦ୍ର, ଝରିଗାଁର ସତୀଘାଟ ଓ ଚନ୍ଦାହାଣ୍ଡି ବ୍ଲକ ମାଲଗାଁରେ ପ୍ରସ୍ତାବିତ ତେଲ ସମନ୍ୱିତ ଜଳ ଓ ବିଦ୍ୟୁତ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିବା ସୂଚନା ଦିଆଯାଇଛି ।

ସଚିବଙ୍କ ଗସ୍ତକୁ ଆଖିରେ ରଖି ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ଚଳଚଞ୍ଚଳ ହୋଇ ଉଠିଛି । ଗସ୍ତ ଅଞ୍ଚଳଗୁଡିକ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ନିଦ ହଜିଯାଇଛି । ନିଜ ନିଜ ଅଞ୍ଚଳକୁ ସରାକାରୀ କର୍ମଚାରୀ ଘନ ଘନ ଗସ୍ତ କରି ସବୁ କିଛି ଠିକ୍‌ଠାକ ଅଛି କି ନାହିଁ, ତାହାର ତଦାରଖ କରିବାରେ ଦିନରାତି ଲାଗି ପଡିଛନ୍ତି ।୫ଟି ସଚିବଙ୍କର ଏହି ଗସ୍ତରେ ନବରଙ୍ଗପୁର ଜିଲ୍ଲା ପାଇଁ ଆଉ କଣ ଯୋଜନା ରହିବ ତାହା ଗସ୍ତ ଶେଷରେ ଜଣାପଡିବ।

By

Leave a Reply

Your email address will not be published. Required fields are marked *