ଶବ୍ଦମିଡ଼ିଆ ବ୍ୟୁରୋ:ଅଜଣା ଜନ୍ତୁ ଆତଙ୍କରେ ଓଡ଼ିଶାର କଟକ ଜିଲ୍ଲା ନିଆଳିରେ ମେଣ୍ଡା ମୃତ୍ୟୁ ହେବା ସବୁଠାରୁ ଚର୍ଚ୍ଚିତ ଘଟଣା ଥିଲା।ଏବେ ପୁଣି ଏକ ସେହିଭଳି ଘଟଣା ସାମ୍ନାକୁ ଆସିଛି ଜଗତସିଂହପୁରରେ ପୁଣି ମେଣ୍ଡା ମୃତ୍ୟୁ ଘଟଣା।ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ସଂଖାରୀସାହି ଗାଁରେ ପୁଣି ମେଣ୍ଢା ମଡକ । ଗୁରୁବାର ରାତିରେ ଗାଁର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ମେଣ୍ଢା ମରିପଡିଥିଲେ ।ଗୁହାଳରେ ଥିବା ୧୫ଟି ମେଣ୍ଢାଙ୍କର ତଣ୍ଟି କଟା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ମେଣ୍ଢା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
