Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି।୧୦ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଏହି ଆନ୍ଦୋଳନ କରୁଛନ୍ତି।ଏହି ଆନ୍ଦୋଳନର ପ୍ରଭାବ ରାଜ୍ୟରେ ସବୁକ୍ଷେତ୍ରରେ ପଡ଼ିଲାଣି ଅତ୍ୟାବଶ୍ୟକ କ୍ଷେତ୍ର ଉପରେ ବିଶେଷ ଭାବରେ ପଡ଼ିଲାଣି।

ଆନ୍ଦୋଳନରେ କୋରାପୁଟ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଥିବାରୁ ମାଲ ପରିବହନ ପ୍ରଭାବିତ ହୋଇଛି । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଆନ୍ଧ୍ର ସୀମାରେ ଅଟକିଛି ଆଳୁ, ପିଆଜ ଟ୍ରକ । କୋଟପାଡ଼ ସୀମାରେ ଟମାଟୋ ସହ ଅତ୍ୟାବଶ୍ୟକ ସାମଗ୍ରୀ ଲୋଡ୍ ହୋଇଥିବା ମାଲବାହୀ ଟ୍ରକ ଅଟକି ରହିଛି । ଦିନେ କି ଦୁଇ ଦିନ ଭିତରେ ଏସବୁ ସାମଗ୍ରୀ ବଜାର କିମ୍ବା ଶୀତଳଭଣ୍ଡାରରେ ନ ପହଞ୍ଚିଲେ ନଷ୍ଟ ହେବା ନିଶ୍ଚିତ । ଯାହାର ପ୍ରଭାବ ପାଇକାରୀ ବଜାର ଉପରେ ପଡ଼ିବ ।

ବାହାର ରାଜ୍ୟରୁ ଓଡ଼ିଶାକୁ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡ଼ିକୁ ମହାସଂଘ ପକ୍ଷରୁ ଅଟକ ରଖାଯାଇଛି । ଫଳରେ ୩ ଟି ଟ୍ରକରେ ଛତିଶଗଡ଼ରୁ ଜୟପୁର ଆସୁଥିବା ୬୦ ଟନ ଟମାଟୋ ଛତିଶଗଡ଼ ସୀମାନ୍ତ କୁନ୍ଦେଇରେ ପଡ଼ି ରହିଛି । ତେବେ ପରିବା ସବୁ ଖୋଲା ଆକାଶ ତଳେ ଥିବାରୁ ଖରା ବର୍ଷା ମାଡ଼ ଖାଇ ପଚିବା ଆରମ୍ଭ କଲାଣି । ଟମାଟୋ ସହ ୩ଟି ଆଳୁ ବୋଝେଇ ଟ୍ରକ, ୩ଟି ପିଆଜ ବୋଝେଇ ଟ୍ରକ, ଗୋଟିଏ ରସୁଣ ବୋଝେଇ ଟ୍ରକ ଅଟକି ରହିଛି । ଏପରି ୧୦ଟି ଟ୍ରକ ଛତିଶଗଡ଼ -ନବରଙ୍ଗପୁର ସୀମାରେ ବୁଧବାର ଭୋର ସମୟରୁ ଅଟକି ରହିଛି ।ରାଜ୍ୟ ପରିବହନ ମନ୍ତ୍ରୀ ଏହା ମଧ୍ୟରେ ଡ୍ରାଇଭର ସଂଘ ସହିତ ଆଲୋଚନା କରିବା ପାଇଁ ଚାହିଁଛନ୍ତି।ଶିଘ୍ର ଏହାର ସମାଧାନ ନହେଲେ ରାଜ୍ୟରେ ଆନ୍ଦୋଳନ ପ୍ରଭାବରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି।





By

Leave a Reply

Your email address will not be published. Required fields are marked *