ନବଜାତକଙ୍କ ଆଧାର ପଞ୍ଜୀକରଣ ‘ବାଲ୍ ଆଧାର’ର ଶୁଭାରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଗୁରୁବାରଠାରୁ ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଅଭିଯାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୫ଜଣ ଶିଶୁଙ୍କ ଆଧାର ସଂଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮୨ଟି ଡେଲିଭରି ପଏଣ୍ଟରେ ଏହା କାର୍ଯ୍ୟକାରୀ କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜନ୍ମ ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ ଶିଶୁର ପ୍ରଥମ ଅଧିକାର। ଆଧାର କାର୍ଡ ଦ୍ବାରା ସରକାରୀ ସେବା ପାଇବା ସହଜ ହୋଇଥାଏ। ତେବେ ବାଲ୍‌ ଆଧାର ପଞ୍ଜୀକରଣ ପାଇଁ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ନମ୍ବର ରହିବା ଆବଶ୍ୟକ। ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବା‌ୟୋମେଟ୍ରିକ୍ସ ଅନିବାର୍ଯ୍ୟ ନୁହେଁ। ତେବେ ଶିଶୁଙ୍କ ଆଧାର‌ରେ ମଧ୍ୟ ବୟସ୍କଙ୍କ ଭଳି ୧୨ ନମ୍ବର ବିଶିଷ୍ଟ ହେବ। ମାତ୍ର ମା’ କିମ୍ବା ବାପା କୌଣସି ଜଣଙ୍କ ପାଖରେ ଆଧାର ଥିବା ଜରୁରୀ। ପରବର୍ତୀ ସମୟରେ ଜଣେ ଶିଶୁର ଦୁଇଥର ଆଧାର ନବୀକରଣ କରାଯିବ। ଶିଶୁକୁ ୫ ଓ ୧୫ବର୍ଷ ହେବା ପରେ ଆଙ୍ଗୁଠି, ଆଖି ଓ ମୁହଁ ଇତ୍ୟାଦିର ବାୟୋମେଟ୍ରିକ୍ସ ନିଆଯିବ। ବାଲ୍ ଆଧାର ପାଇଁ କେନ୍ଦ୍ର ସରକାର ଚାଇଲ୍‌ଡ ଏନ୍‌ରୋଲମେଣ୍ଟ ଲାଇଟ୍‌ କ୍ଲାଏଣ୍ଟ(ସିଇଏଲ୍‌ସି) କିଟ୍‌ ଯୋଗାଇ ଦେଇଥିବା ବେଳେ ଏଥିପାଇଁ ୧.୯୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

You May Also Like

More From Author

+ There are no comments

Add yours