ପମ୍ପରେ ଅସମ୍ଭାଳ ଭିଡ଼, ମିଳୁନି ପେଟ୍ରୋଲ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡ଼ିଛି। ଦୁଇଦିନର ଆନ୍ଦୋଳନ ଯୋଗୁଁ ବିଭିନ୍ନ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଜି ସକାଳେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। କାଳେ ତେଲ ସରିଯିବ, ସେହି ଆଶଙ୍କାରେ ସେମାନେ ଆଗୁଆ ନିଜ ନିଜ ଗାଡ଼ିରେ ତେଲ ପକାଇବାକୁ ଭିଡ଼ ଲଗାଇଛନ୍ତି।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଟ୍ୟାଙ୍କରଗୁଡ଼ିକ ଯାଇ ଆସି ପାରୁନି। କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଲାଗିଛି। ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours