ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ । ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ୫୦ ଓଭର ବିଶିଷ୍ଟ ସିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ତିିନି ମ୍ୟାଚ ବିଶିଷ୍ଟ ଏହି ସରିଜ ଉଭୟ ଦଳ ପାଇଁ ଗୁରୁତ୍ୱ ବହନ କରିବ । କାରଣ ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ । ଏହା ପୂର୍ବରୁ ଏହି ଦୁଇ ଦଳର ଏହା ହେଉଛି ଶେଷ ଦିନିକିଆ ସିରିଜ ।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁୁ ଥିବା ପ୍ରଥମ ମ୍ୟାଚରେ ଭାରତ କେଉଁ ବ୍ୟାଟରଙ୍କୁ ଖେଳାଇବ, ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗିରହିଛି । ଫର୍ମରେ ନଥିବା କେ.ଏଲ ରାହୁଲଙ୍କୁ ଦଳରେ ସୁଯୋଗ ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ରାହୁଲଙ୍କୁ ଶେଷ ଥର ପାଇଁ ଏହି ସିରିଜରେ ସୁଯୋଗ ଦେବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଫର୍ମରେ ନଥିଲେ ମଧ୍ୟ କୌଣସି ୱିକେଟ୍ କିପର ନଥିବାରୁ ରାହୁଲଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଉଛି । ଏପଟେ ଓପନର ଭାବେ ରୋହିତ ନଖେଳୁଥିବାରୁ ଇଶାନ କିଷନ ଏବଂ ଫର୍ମରେ ଥିବା ଶୁଭମନ ଗିଲଙ୍କୁୁ ଓପନିଙ୍ଗ୍ କରିବାକୁ ସୁଯୋଗ ମଳିପାରେ ।

You May Also Like

More From Author

+ There are no comments

Add yours