ରାଜ୍ୟରେ ସ୍ୱାଭାବିକ ହେବ ଘରୋଇ ବସ ଚଳାଚଳ

ଶବ୍ଦ ଓଡିଶା ବ୍ୟୁରୋ: ବନ୍ଦ ରହିବ ନାହିଁ ଘରୋଇ ବସ୍ ଚଳାଚଳ । ଏନେଇ ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଗତକାଲି ଡ୍ର୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର ସକରାତ୍ମକ ଫଳାଫଳ ଆସିଥିବାରୁୁ ବସ୍ ଚଳାଚଳ ବନ୍ଦ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ସୁରକ୍ଷା ଯୋଗାଇ ନଦେଲେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଥିଲା ।
ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ରହିବ ନା ସ୍ଥଗିତ ହେବ, ତାହା ଆଜି ସ୍ପଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ବାବୁଲା ତ୍ରିପାଠୀ । ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ । ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନାହିଁ । ଆଜି ହୁଏତ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିପାରନ୍ତି ।

You May Also Like

More From Author

+ There are no comments

Add yours