୬ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର, ୬୦% ବଢିଲାଣି କରୋନା ସଂକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ରାଜ୍ୟ ଗୁଡ଼ିକୁ ଚିଠି ଲେଖିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଏହି ଚିଠିରେ ୬ରାଜ୍ୟକୁ ୫ ସୂତ୍ରୀ ବା ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ଅନୁରୂପ ବ୍ୟବହାର କରିବାକୁ କୁହାଯାଇଛି । ଗତ କିଛି ମାସ ହେଲା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ କୋଭିଡ୍ ବିରୋଧରେ ଲଢ଼େଇକୁ ଆଦୌ ହାଲୁକା ଭାବେ ନନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

You May Also Like

More From Author

+ There are no comments

Add yours