ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଦେଶକୁ କ୍ଷମା ପ୍ରାର୍ଥନା ମାଗନ୍ତୁ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିକୁ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି।ଆଜି ସଂସଦ ଭବନରେ ଏହି ବଜେଟ ଅଧିବେଶନରେ ପ୍ରଥମ ଥର ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି।ବିଜେପି ଲଗାତର ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରୁଛନ୍ତି। ଏଭଳି ସ୍ଥିତିରେ ସଂସଦରେ ରହୁଲଙ୍କ ଉପସ୍ଥିତିକୁ ନେଇ ବିଜେପି ଆହୁରି ଆକ୍ରମଣାତ୍ମକ ହୋଇପାରେ।

ଏଭଳି କିଛି ହିଣ୍ଟ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ।

ଗୁରୁବାର ବିଧାନସଭା ପରିସରରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର। ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅପମାନିତ କରିବା ସହ ଦେଶର ଅସମ୍ମାନ କରିଛନ୍ତି। ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆମେ ଚୁପ୍ ରହିବୁନି। ଯେଉଁମାନେ ଦେଶ ବିରୁଦ୍ଧରେ କହୁଛନ୍ତି ସେମାନଙ୍କ ବିରୋଧରେ ଆମେ ସ୍ୱର ଉତ୍ତୋଳନ କରିବା ଉଚିତ।ତେବେ ଏ ପ୍ରସଙ୍ଗରେ କେଵଳ ଆଇନ ମନ୍ତ୍ରୀ ନୁହନ୍ତି ବିଜେପି ସମୂହ ରାହୁଲ ଗାନ୍ଧୀଙ୍କୁ ଦେଶକୁ ଅପମାନିତ କରିଥିବା ପାଇଁ କ୍ଷମା ପ୍ରାର୍ଥନା ମାଗିବା ଦରକାର ଯାହା ଆମେ ମାନେ ଚାହୁଁଛୁ ବୋଲି ରିଜିକୁ କହିଛନ୍ତି।

You May Also Like

More From Author

+ There are no comments

Add yours