ଶବ୍ଦମିଡ଼ିଆ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରିକା ଧୁରୁଆ ଗତ ପଞ୍ଚାୟତ ନିର୍ବାଚନ ରେ ଗୋଟିଏ ଭୋଟ ରେ ବିଜୟୀ ହେବାପରେ ତାଙ୍କୁ ପ୍ରତିଦ୍ବନ୍ଦିତା କରିଥିବା ମଥୁରା ମାଝୀ ପୁନଃ ଭୋଟ ଗଣତି ନିମନ୍ତେ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତରେ ଏକ ନିର୍ବାଚନୀ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ଆବେଦନକୁ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଖାରଜ କରିଥିବା ବେଳେ ସରପଞ୍ଚ ଚନ୍ଦ୍ରିକା ଧୁରୁଆଙ୍କ ପଦବି କାୟମ ରହିଛି। ସୂଚନାରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ପଞ୍ଚାୟତ ସରପଞ୍ଚ ନିମନ୍ତେ ଚାରିଜଣ ପ୍ରାର୍ଥୀନୀ ନିର୍ବାଚନ ମୈଦାନ ରେ ଓହ୍ଲାଇ ଥିବା ବେଳେ ଚନ୍ଦ୍ରିକା ଧୁରୁଆ ୮୫୫ ଖଣ୍ଡ ଭୋଟ, ମଥୁରା ମାଝୀ ୮୫୪,ସନ୍ତଷୀ ଟିକ୍ରିଆ ୧୧୧ ଓ ଅଞ୍ଜଳି ଭତ୍ରା ୬୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଚନ୍ଦ୍ରିକା ଧୁରୁଆ ଗୋଟିଏ ଭୋଟ ଅଧିକ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ତେବେ ମଥୁରା ମାଝୀ ଓ ଚନ୍ଦ୍ରିକା ଧୁରୁଆ ସମାନ ସଂଖ୍ୟକ ୮୫୪ ଭୋଟ ପାଇଥିବା ନେଇ ଭୋଟ ଗଣତି ସମୟରେ ବ୍ଲକ ନିର୍ବାଚନ ଅଧିକାରୀ ଚନ୍ଦ୍ରିକା ଧୁରୁଆ ଗୋଟିଏ ଭୋଟ ଅଧିକ ପାଇ ବିଜୟୀ ହୋଇଥିବା ଘୋଷଣା କରିବା ସହ ମଥୁରା ମାଝୀ ପୁନର୍ବାର ଭୋଟ ଗଣତି ପାଇଁ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇ ଥିଲେ ମଧ୍ୟ ଭୋଟ ଗଣତି କରି ନଥିବା ନେଇ ଏକ ନିର୍ବାଚନୀ ମାମଲା ୧/୨୨ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତରେ ମଥୁରା ମାଝୀ ରୁଜୁ କରିଥିଲେ। ତେବେ ୭ ଜଣ ସାକ୍ଷୀ ଙ୍କ ବୟାନକୁ ଭିତ୍ତିକରି ଏହି ଆବେଦନକୁ କୋର୍ଟ ଖାରଜ କରିଥିଲେ। ଚନ୍ଦ୍ରିକା ଧୁରୁଆଙ୍କ ସରପଞ୍ଚ ପଦବୀ କାୟମ ରହିଛି। ବେହେରାମୁଣ୍ଡା ସରପଞ୍ଚ ଚନ୍ଦ୍ରିକା ଧୁରୁଆଙ୍କ ମାମଲା ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ନୃସିଂହ ନାଥ ତ୍ରିପାଠୀ ଓ ମହମ୍ମଦ ହୁସେନ ପରିଚାଳନା କରିଥିବାବେଳେ ମଥୁରା ମାଝୀଙ୍କ ତରଫରୁ ଆଇନଜୀବୀ ଅରବିନ୍ଦ ପଟ୍ଟନାୟକ ଓ ବିଧୁଶେଖର ତ୍ରିପାଠୀ ଏବଂ ବ୍ଲକ ନିର୍ବାଚନ ଅଧିକାରୀଙ୍କ ପାଇଁ ସରକାରୀ ଓକିଲ(ଏଜିପି) ସୁଧାଂଶୁ ସାଧୁ ପରିଚାଳନା କରୁଥିଲେ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
+ There are no comments
Add yours