Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ସାଧରଣ ଜୀବନ ଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହେବାରେ ଲାଗିଛି।ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଯାପନ ଉପରେ ପଡୁଥିବା ଦେଖାଯାଇଛି।

ଫଳରେ ଜାତୀୟ ରାଜପଥରେ ଅଟକିଛି ହଜାର ହଜାର ମାଲ ବାହୀ ଟ୍ରକ୍ । ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି ବାହାର ରାଜ୍ୟ ଗାଡି ଚାଳକ ।ବିଶେଷ କରି ବିଭିନ୍ନ କଞ୍ଚା ପାରିବ ବୋଝେଇ ଗାଡି ଗୁଡିକ ଛାଡିବା ଦେବା ପାଇଁ ଦାବି କରିଛନ୍ତି।

ହେଲେ ଏବେ ବି ନିଜ୍ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ । ସେପଟେ ଡ୍ରାଇଭରକୁ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାଇଭର । ରାଜ୍ୟ ଡ୍ରାଇଭର ମହାସଂଘଙ୍କୁ ଚେତାବନୀ ଦେଲେ ସ୍ମାର୍ଟ ସିଟି ଅନଲାଇନ ଅଟୋ ମହାସଂଘ ।

ବୁଧବାର ଓଡ଼ିଶା ଡ୍ରାଇଭର ମିଳିତ ମହାମଞ୍ଚ ଷ୍ଟିୟରିଂ ଛାଡ ଡାକରା ଦେଇ ରାଜା ରାସ୍ତାକୁ ଓହ୍ଲାଇଥିବା ବେଳେ ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ମୁଣ୍ଡିଆ, ଫୁଲ ମାଳ ପିନ୍ଧେଇ ଥିଲେ ଆନ୍ଦୋଳନକାରୀ । ହାତରେ ପ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଛି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ ।

ଏନେଇ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଏକାଠି ହୋଇଛନ୍ତି ଅନଲାଇନ ଅଟୋ ସଂଘ । ତେବେ ଏସବୁ ଭିତରେ ବେଶ୍ ପ୍ରଭାବ ପଡିଛି ରାଜଧାନୀରେ ଥିବା ପ୍ରେଟ୍ରୋଲ ପମ୍ପ ଉପରେ । ଡିପ୍ପୋକୁ ଗାଡି ଆସି ପାରୁନଥିବାରୁ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ପେଟ୍ରୋଲ ସଂକଟ । ପେଟ୍ରୋଲ ଶେଷ ହୋଇଯିବାରୁ ପେଟ୍ରୋଲ ପମ୍ପରେ ପଡିଛି ତାଲା ।

ଡ୍ରାଇଭର ଆନ୍ଦୋଳନ ଯୋଗୁ ପ୍ରଭାବିତ ହୋଇଛି ପେଟ୍ରୋଲ ପମ୍ପ । ଏପଟେ ଡ୍ରାଇଭର ଆନ୍ଦୋଳନକୁ ନେଇ ଡିଜି କ୍ୟାମ୍ପ ଅଫିସର ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଆଇନଶୃଂଖଳା ଏଡିଜି ଆର୍ .କେ ଶର୍ମା, ଗୁଇନ୍ଦା ବିଭାଗ ଏଡିଜି ସଞ୍ଜୀବ ପଣ୍ଡା ଓ ଡିଆଇଜି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ।ଏଭଳି ପରିସ୍ଥିରେ ରାଜ୍ୟ ସରକାର ଆନ୍ଦୋଳନକୁ ନେଇ କୌଣସି ବିଧିବଧ ନିଷ୍ପତି ନନେଲେ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଇପାରେ।

By

Leave a Reply

Your email address will not be published. Required fields are marked *