Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲ୍ଲାରେ ଏକ ଅଘଟଣ ଘଟିଯାଇଛି।ମ୍ୟାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି।

କୋରାପୁଟ ଜିଲ୍ଲା ମାଥାଲପୁଟ ସ୍ଥିତ ମାଲୁ ସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ଛାତ୍ର। ମୃତ ଛାତ୍ର ଜଣଙ୍କ ଦାମନଯୋଡି ମାଥାଲପୁଟ ଅଞ୍ଚଳର କୁନା ପୂଜାରୀ।ଖବର ଅନୁଯାୟୀ, ଆଜି ଗୁରୁବାର ନାଲକୋ ଟାଉନ ସିପ ସ୍ଥିତ ଏସଭିଏମ ବିଦ୍ୟାଳୟ ଠାରେ ମାଟ୍ରିକ ପରୀକ୍ଷା ଦେଉଥିଲେ ।ଏହି ସମୟରେ ହଠାତ୍ ସେ ଅଚେତ ହୋଇ ପଡିଯାଇଥିଲେ। ବିଦ୍ୟାଳୟ କର୍ତ୍ତୁପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ନାଲକୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ନାଲକୋ ହସ୍ପିଟାଲରେ ଛାତ୍ର ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣା ଖବର ପାଇ ଦାମନଯୋଡି ପୋଲିସ ମେଡିକାଲ ପହଞ୍ଚି ପ୍ରାଥମିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

By

Leave a Reply

Your email address will not be published. Required fields are marked *