ଦିନ ୧୨ ଟାର ବ୍ରେକିଙ୍ଗ ନ୍ୟୁଜ

ଶବ୍ଦମିଡ଼ିଆ ବ୍ୟୁରୋ:

୧-ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !୩୧୪ ବ୍ଲକରେ ସାମିଲ ହେଲେ ୪ଲକ୍ଷ ଚାଳକ।

୨-ଆଜିଠୁ ଅଟୋ ଚଳାଚଳ ବନ୍ଦ, ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ହେବେ ସାମିଲ।ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ ପକ୍ଷରୁ ଆନ୍ଦୋଳନ ଡକରା ଦିଆଯାଇଛି।

୩-ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରେରଣ ସମୟ ବଦଳିଲା। ସକାଳ ୬ଟା ୩୦ରେ ନୋଡାଲ କେନ୍ଦ୍ରରୁ ଯିବ ପ୍ରଶ୍ନ ପତ୍ର।

୪-୧୨ ଜିଲ୍ଲାରେ ବର୍ଷା ସମ୍ଭାବନା।ଗତ ୨୪ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ସର୍ବାଧିକ ୩.୮ ମିମି ବର୍ଷା ରେକର୍ଡ।

୫-ରାଜଧାନୀରେ ଆନ୍ଦୋଳନ ପାଇଁ ମିଳିଲାନି ଅନୁମତି, ଆଜି ଠାରୁ ବିନା ୟୁନିଫର୍ମରେ ସ୍କୁଲ ଯିବେ ପ୍ରାଥମିକ ଶିକ୍ଷକ।

୬-ବିଧାନସଭାରେ ଥମୁନି 5T ଝଡ଼, କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି।

୭-‘ରାସ୍ତାରେ ଆଜି କେହି ଗାଡ଼ି ଅଟକାଇଲେ, ୧୧୨କୁ କଲ୍‌ କରନ୍ତୁ’,ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ:ପୋଲିସ କମିଶନର।

୮-ଡ୍ରାଇଭରଙ୍କ ଦାବି ପାଇଁ ପରିବହନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଆଲୋଚନାକୁ ନିଆଯିବ: ମନ୍ତ୍ରୀ।

୯-ଉତ୍ତର ଘୁମୁସରରେ ପୁଣି ହାତୀ ମୃତ,ସୋମବାର ଦନ୍ତା ଓ ବୁଧବାର ମାଈ ହାତୀ ମୃତଦେହ ଠାବ,୮ ମାସରେ ମଲେଣି ୭, ବନ ଅଧିକାରୀ ଓ ଯୁଗ୍ମ ଟାସ୍କଫୋର୍ସର ତଦନ୍ତ।

୧୦-ଭୁବନେଶ୍ୱରକୁ ୧୬ ତମ ଗନ୍ତବ୍ୟ ସ୍ଥଳ ଭାବେ ଯୋଡିଲା ‘ଆକାଶ ଏୟାର ଲାଇନ’ ଏବେ ସିଧା ଏହିଠାରୁ ଉଡାଣ ଭରିବ।

୧୧-ବଢିବ ବିଧାୟକଙ୍କ ଦରମା ! ବିଧାନସଭାରେ ଦାବି ରଖିଲେ ସବୁ ଦଳର ବିଧାୟକ।

୧୨-ଅନଲାଇନ ଗେମିଙ୍ଗ ଓ ବେଟିଂ ଆପର ନିର୍ଦ୍ଦେଶକ ନବୀନ ପରିୱାରଙ୍କୁ ଗିରଫ କଲା ଇଓଡବ୍ଲୁ, ୧୧କୋଟି ୭୪ ଲକ୍ଷ ଟଙ୍କା ଠକିଥିବା ସୂଚନା।

୧୩-ସମ୍ବଲପୁର ରେଳ ମଣ୍ଡଳରେ ଶତ ପ୍ରତିଶତ ବିଦ୍ୟୁତକରଣ : ସଞ୍ଚୟ ହେବ ୧୪୮ କୋଟି ଟଙ୍କା।

୧୪-ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍‌, ସର୍ତ୍ତମୂଳକ ବେଲ୍ ଦେଲେ ହାଇକୋର୍ଟ।

୧୫-ରାଜ୍ୟରେ ୧୧ ହଜାର ୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଧାନସଭାରେ ପ୍ରକାଶ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

୧୬-କେନ୍ଦ୍ରାପଡ଼ାରେ ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣାଧୀନ ଗୋବରୀ ନଦୀ ବାଇପାସ୍ ରାସ୍ତାର ନିର୍ମାଣାଧୀନ ପୋଲ ଭାଙ୍ଗିଲା।

୧୭-ଶିଶୁଙ୍କ ପାଇଁ ଘାତକ ଏଚ୩ଏନ୨! ପୁଡୁଚେରୀରେ ସ୍କୁଲ ବନ୍ଦ ପାଇଁ ଘୋଷଣା।

୧୮-ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ : ବିର୍ସା ମୁଣ୍ଡାରେ ସରିଲା ହକି ପର୍ବ,ସଡନଡେଥ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ।

୧୯-ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

You May Also Like

More From Author

+ There are no comments

Add yours