Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ଓଡ଼ିଶାର ଅନେକ ଜଙ୍ଗଲରେ ନିଆଁ ଲାଗିଯିବା ଦେଖିବାକୁ ମିଳୁଛି।ଏହି ନିଆଁ ଲାଗିବା ମନୁଷ୍ୟକୃତ ବୋଲି ବନ ବିଭାଗ କହିଛି।ତେବେ ନିଆଁ ଲାଗିବା ଏବଂ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରାଯାଉଛି।ହେଲେ ଏହା ମଧ୍ୟରେ ସବୁଠାରୁ ଅଧିକ ବିପଦରେ ପଡିଛନ୍ତି ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁ।ଜନବସତି ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ।

ଶିମିଳିପାଳରୁ ଖସି ଆସି ଜନବସତିରେ ପଶିଥିବା ଏକ ହରିଣକୁ ଉଦ୍ଧାର କରି ଆଜି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଉଦଳା ବନାଞ୍ଚଳ ଅଧୀନ ଏନଏସି ୧୨ ନମ୍ବର ୱାର୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଆଜି ସକାଳ ସମୟରେ ଉଦଳା ବନାଞ୍ଚଳ ଅଧୀନ ଏନଏସି ୧୨ ନମ୍ବର ୱାର୍ଡର କିଛି ଲୋକ ମର୍ଣ୍ଣିଂ ୱାକ ପାଇଁ ଯାଇଥିବା ବେଳେ ଏକ ହରିଣକୁ କିଛି କୁକୁର ଗୋଡାଉଥିବାର ଦେଖିବାକୁ ପାଇଥିଲେ।ଏହା ପରେ ସ୍ଥାନୀୟ ଲୋକେ କୌଶଳକ୍ରମେ ହରିଣକୁ କୁକୁରଙ୍କ କବଳରୁ ରକ୍ଷା କରି କାବୁ କରିଥିଲେ। ଖବର ପାଇ ଉଦଳା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ସାଙ୍ଗରେ ନେଇ ଦେବକୁଣ୍ଡ ଅଞ୍ଚଳରେ ଛାଡି ଦେଇଥିବା ଜଣାଯାଇଛି। ତେବେ ଗତ ୭ ତାରିଖରେ ଉଦଳା ବନାଞ୍ଚଳ ଅଧୀନ ଖୀରପଦା ଗ୍ରାମରେ ମଧ୍ୟ ଗୋଟିଏ ହରିଣକୁ ଚାରି ଗୋଟି କୁକୁର ଝୁଣିବାକୁ ଚେଷ୍ଟା କରିଥିବା ବେଳେ ତାକୁ ଉଦ୍ଧାର କରାଯାଇଥିଲା ଏବଂ ଗୋଟିଏ ଦିନରେ ହିଁ ତାହାର ମୃତ୍ୟୁ ହୋଇଥିଲା। ସେହିପରି ନଭେମ୍ବର ମାସରେ ଏକ ସମ୍ବର ଜନବସତିକୁ ପଶି ଆସିଥିବା ବେଳେ ତାହାର ମୃତ୍ୟୁ ହୋଇଥିଲା। ଶିମିଳିପାଳରେ ଲଗାତାର ନିଆଁ ଲାଗି ଚାଲିଥିବାରୁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ ।ବନ ବିଭାଗ ଏବଂ ସରକାର ଉଭୟ ଜଙ୍ଗଲ ନିଆଁଲାଗିବାକୁ କିପରି ରୋକାଯାଇପାରିବା ଏହା ଉପରେ ଦୃଢ଼ ପଦକ୍ଷେପ ନନେଲେ ଅଚିରେ ବନ୍ୟଜନ୍ତୁମାନେ ବିପଦ ପଡିବେ।





By

Leave a Reply

Your email address will not be published. Required fields are marked *