Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ:ପୁରୀ ଝାଡେଶ୍ୱରୀ କ୍ଲବ ପରିସରରେ ୩ ଦିନିଆ ସୁଟିଂବଲ ଚମ୍ପିୟାନସିପ ଆରମ୍ଭ ହୋଇଛି। ଜାତୀୟ ସୁଟିଂବଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ସୁଟିଂବଲ ଆସୋସିଏସନ ଜୋନ ୩ର ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଅନୁମତି ମିଳିଥିଲା। ଓଡ଼ିଶା ସୁଟିଂ ବଲ ଆସୋସିଏସନ ପୁରୀରେ ଏହାର ଆୟୋଜନ କରିଛନ୍ତି । ଏହି ଚମ୍ପିୟାନସିପକୁ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ।
ଓଡିଶା ସୁଟିଂ ବଲ ଆସୋସିଏସନର ସଭାପତି ସୁବାଶିଷ ଖୁଣ୍ଟିଆ ସମସ୍ତଙ୍କୁ ସ୍ୱାଗତ କରିବା ସହ ଭବିଷ୍ୟତରେ ସୁଟିଂବଲର ଜାତୀୟସ୍ତରୀୟ ପ୍ରତିଯୋଗିତା ପୁରୀରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଝାଡେଶ୍ୱରୀ କ୍ଲବ ସଭାପତି କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *