ଆଜି ରାଜଧାନୀରେ ଗଡ଼ୁନାହିଁ ଅଟୋ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଆଜି ଗଡିବନାହିଁ ଅଟୋ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଆଜି ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଗଡୁନାହିଁ । ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ ଧାରଣା ଦେବେ । ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି । ଅନଲାଇନ୍ କ୍ୟାବ୍ ଓ ଅଟୋ ମହାସଂଘ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ।
କିନ୍ତୁ ଅଟୋରିକ୍ସା ଚାଳକଙ୍କୁ ଆନ୍ଦୋଳନକାରୀମାନେ ଅପମାନିତ କରୁଛନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖାଯିବ । ଚାଳକମାନେ ଧାରଣାରେ ବସିବେ । ଏହା ସହ ପୋଲିସ ଡିଜିଙ୍କୁ ଭେଟିବେ ଅନଲାଇନ୍ ଅଟୋ ଚାଳକ ସଂଘ । ରାଜଧାନୀରେ ଅନଲାଇନ୍ ଅଟୋ ଓ କାର ନଗଡିଲେ ରାଜଧାନୀବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ । ସିଟି ବସରେ ଭିଡ ବଢିବା ଆଶଙ୍କା କରାଯାଉଛି ।

You May Also Like

More From Author

+ There are no comments

Add yours