ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ

ଶବ୍ଦ ଓଡିଶା ବ୍ୟୁରୋ: ଭୀଷଣ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରଭୂତ ହୋଇଛି। ଏହାପରେ ସମୁଦ୍ରରେ ବଡ ଧରଣର ଲହରୀ ଉଠୁଥିବାରୁ ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରୀ ହୋଇଛି । ଗୁରୁବାର ସ୍ଥାନୀୟ ସମୟ ଅପରାହ୍ନ ୧ଟା ୫୬ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପର କେନ୍ଦ୍ରସ୍ଥଳ କେର୍ମାଡେକ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ଼ ରାଉଲ ଦ୍ୱୀପଠାରୁ ପ୍ରାୟ ୧୯୫ କିଲୋମିଟର ଦକ୍ଷିଣ-ପୂର୍ବରେ ବା ଅକଲାଣ୍ଡଠାରୁ ୧,୧୨୫ କିଲୋମିଟର ଉତ୍ତର-ପୂର୍ବରେ ହୋଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ କହିଛି ଯେ, ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୦ ଥିଲା । ସମୁଦ୍ର ପତନଠାରୁ ପ୍ରାୟ ୨୨ କିଲୋମିଟର ତଳକୁ ଭୂମିକମ୍ପ ଅନୁଭୂତ ହେବାରୁ ସମୁଦ୍ରରେ ଲହରୀ ଆସୁଛି। ଏହାର କିଛି ସମୟ ପରେ କେର୍ମାଡେକ୍ ଦ୍ୱୀପପୁଞ୍ଜ, ଫିଜି, ନ୍ୟୁଜିଲାଣ୍ଡ ଏବଂ ଟଙ୍ଗା ପାଇଁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି ।

You May Also Like

More From Author

+ There are no comments

Add yours