ଗୋଷ୍ଠୀ ସଂର୍ଘଷ ପରେ ଗାଁରେ ଫୁଟିଲା ବୋମା

ଶବ୍ଦ ଓଡିଶା ବ୍ୟୁରୋ: ଗାଁ କମିଟିର ଟଙ୍କା ପଇସା ହିସାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟିଛି। ଗତକାଲି ବିଳମ୍ବିତ ରାତିରେ ସଭାପତିଙ୍କ ଘର ଉପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ। ବୋମାମାଡ଼ରେ କାହାର କିଛି କ୍ଷତି ହୋଇନାହିଁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁରେ।

ଗତକାଲି ଫୁଲଟା ଗାଁରେ କମିଟି ବସିଥିଲା। ପୁରୁଣା କମିଟିକୁ ହିସାବ ପତ୍ର ମଗାଯାଇଥିଲା। ପୁରୁଣା କମିଟିର ସଭାପତି ହିସାବ ପତ୍ର ଠିକ୍‌ ଭାବରେ ଦେଇ ନ ପାରିବାରୁ ଏନେଇ ବଚସା ହୋଇଥିଲା। ଏକ ନୂଆ କମିଟି ଗଠନ କରାଯାଇଥିଲା। ବୈଠକରେ ନୂଆ କମିଟି ଓ ପୁରୁଣା କମିଟିର ସଦ୍ୟସଙ୍କ ମଧ୍ୟରେ ଟଙ୍କା ପଇସା ହିସାବ ପତ୍ରକୁ ନେଇ ସଂଘର୍ଷ ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

You May Also Like

More From Author

+ There are no comments

Add yours