ଚନ୍ଦାହାଣ୍ଡି ଡ୍ରାଇଭର ମହାସଂଘର ଷ୍ଟେରିଂ ବନ୍ଦ ଆନ୍ଦୋଳନ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ ଡ୍ରାଇଭର ମହାସଂଘ ର ଆଜି ସାରାରାଜ୍ୟ ବ୍ୟାପି ଷ୍ଟେରିଂ ବନ୍ଦ ଡାକରାକୁ ସମର୍ଥନ ଜଣାଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଡ୍ରାଇଭର ମହାସଂଘର ସଭାପତି ହେମନ୍ତ କୁମାର ସିନ୍ନାଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଡ୍ରାଇଭର ମହାସଂଘ ଚନ୍ଦାହାଣ୍ଡି ବ୍ଲକ ରେ ଷ୍ଟେରିଙ୍ଗ ବନ୍ଦ ଆନ୍ଦୋଳନ ର ଡାକରା ଦେଇଛନ୍ତି l ସଂଘର ଷ୍ଟେରିଂ ବନ୍ଦ ଡାକରାରେ ଆଜି ଚନ୍ଦାହାଣ୍ଡି ବ୍ଲକରେ ଯାତ୍ରୀବାହି ବସ, ମାଲବାହିଁ ଗାଡି କିମ୍ବା ସାଧାରଣ ଗାଡିଟିଏ ମଧ୍ୟ ରାସ୍ତା ରେ ଗଡ଼ିବା ଦେଖିବାକୁ ମିଳିନି l ଗାଡି ବନ୍ଦଥିବା ଫଳରେ ଯାତ୍ରୀମାନେ ନାନା ପ୍ରକାର ହଇରାଣ ହୋଇଥିବା ବେଳେ ବିବାହ କାର୍ଯ୍ୟରେ ବରନୁଗମନ ପାଇଁ ଗାଡି ଅଭାବରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳିଛି l ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯେପରି ଶାନ୍ତି ଶୃଙ୍ଖଳାର ସହ ଚାଲିବ ସେଥିପାଇଁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଧେଶ କ୍ରମେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

You May Also Like

More From Author

+ There are no comments

Add yours