ଶବ୍ଦମିଡିଆ ବ୍ୟୁରୋ:ରାଜ୍ୟରେ ଆଜି ଡ୍ରାଇଭର ମହାମଞ୍ଚର ଷ୍ଟିଅରିଂଛାଡ଼ ଆନ୍ଦୋଳନ ଡାକରା ଦେଇ ଅଖଚକ ବନ୍ଦ କରିଛନ୍ତି।ଏସବୁ ଭିତରେ ଜନଜୀବନ ଯାତାୟାତ ପ୍ରଭାବିତ ହୋଇଛି।ତେବେ ୧୦ ଦଫା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି।ଆନ୍ଦୋଳନ ଚାଲିଥିବା ସମୟରେ ମୁହଁ ଖୋଲିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ସଚିବ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମତୀ ସାହୁ କହିଛନ୍ତି, ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି। ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଅନ୍ୟପଟେ ଧର୍ମଘଟ ନ କରିବା ପାଇଁ ଗତ କାଲି ଡ୍ରାଇଭ ସଙ୍ଘକୁ ନିବେଦନ କରାଯାଇଥିଲା ବୋଲି ସେ କହିଛନ୍ତି।
ସେହିପରି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ଡ୍ରାଇଭର ସଂଘର ଦାବିଗୁଡିକୁ ନେଇ ସକରାତ୍ମକ ଭାବେ ବିଚାର କରୁଛନ୍ତି। ଏହାକୁ ନେଇ ପୂର୍ବରୁ ଆଲୋଚନା ହୋଇଛି। ଆଗକୁ ମଧ୍ୟ ଆଲୋଚନା କରାଯିବ। ଡ୍ରାଇଭରମାନଙ୍କର ବିଭିନ୍ନ ସଂଘ ଅଛି। ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆମେ ଅନୁରୋଧ କରୁଛୁ । ଆମେ ତାଙ୍କ ସହ କଥା ହେବା ପାଇଁ ରାଜି ଅଛୁ। ତାଙ୍କ ଦାବି ଆମ ସହ ଆଲୋଚନା କରନ୍ତୁ । ଚର୍ଚ୍ଚାରେ ସବୁ କିଛି ସମାଧାନ ହେବ। ଆଉ ଏବେ ଆନ୍ଦୋଳନ ପାଇଁ ଯାତ୍ରୀ ହଇରାଣ ହେଉଛନ୍ତି । ମେଡିକାଲ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ସବୁ କିଛି ସକାରାତ୍ମକ ଉପାୟରେ ସମାଧାନ ହେଇପାରିବ।ବୋଲି ପ୍ରତିଶ୍ରୁତି ରଖିଛନ୍ତି ଉଭୟ ମନ୍ତ୍ରୀ ଏବଂ ପ୍ରମୁଖ ସଚିବ।
+ There are no comments
Add yours