ଶିରୁଳି ମହାବୀର ୨୬ ନିଯୋଗ ବିବାଦର ସମାଧାନ ପାଇଁ ବୈଠକ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଶିରୁଳି ମହାବୀର ମନ୍ଦିର ବିବାଦର ସମାଧାନ ପାଇଁ ଏକ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କମିଶନର ଦେବୋତ୍ତର ବିଭାଗ, ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପୋଲିସ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ,ସଦର ତହସିଲଦାର କ୍ଷିରୋଦ କୁମାର ବେହେରା, ଚନ୍ଦନପୁର ଆଇଆଇସି ସୁମତୀ ମହାନ୍ତି,୨୬ ନିଯୋଗ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ନିଷ୍ପତ୍ତି ହୋଇଛି ଯେ ପୂର୍ବ ବିବାଦକୁ ଭୁଲି ପ୍ରତ୍ୟେକ ଏକ ହୋଇ ମହାବୀରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିବେ । ଗାଁ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ତେ ବିବାଦର ସମାଧାନ ହେବ ଓ ପୂର୍ବପରି ଭାଇଚାରା ବଜାୟ ରହିବ

You May Also Like

More From Author

+ There are no comments

Add yours