ପୁରୀ କୁମ୍ଭାରପଡା ଅଞ୍ଚଳରୁ ଜବତ ହେବା ହେରୋଇନ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀରେ ଜବତ ହେଲା 67 ଗ୍ରାମ ହେରୋଇନ । କୁମ୍ଭାରପଡା ପୋଲିସ ଲାଇନ ହାଇସ୍କୁଲରେ ଅବକାରୀ ବିଭାଗ ଚଢାଉ କରି ହେରୋଇନ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ମାର୍କଣ୍ଡସାହିର ବିଜୟ ପ୍ରଧାନ । ଏହା ସହ ଅବକାରୀ ବିଭାଗ ଗୋଟିଏ ଗାଡିକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା ହେରୋଇନର ମୂଲ୍ୟ 6 ଲକ୍ଷ 70 ହଜାର । ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବା ପରେ ତାକୁ ଜେଲକୁ ପଠାଇଦିଆଯାଇଛି ।

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶରେ ହୋଇଥିବାଏହି ଚଢ଼ାଉରେ ଅବକାରୀ ଏଏସଆଇ ସନ୍ତୋଷ ନାୟକ, ପ୍ରଦୀପ୍ତ କୁମାର ପଣ୍ଡା, ଆଲୋକ କୁମାର ଦାସ,ବିଶ୍ୱଜିତ ମହାପାତ୍ର,ଜଗନ୍ନାଥ ଦାସ ପ୍ରମୁଖ ସାମିଲ ଥିଲେ ।

You May Also Like

More From Author

+ There are no comments

Add yours