ଶବ୍ଦମିଡ଼ିଆ ବ୍ୟୁରୋ:ଦିନକୁ ଦିନ ଓଡ଼ିଶାରେ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରାବାର।ଗଞ୍ଜେଇ ଚୋରା ଚାଲାଣ ଠାରୁ ଆରମ୍ଭ କରି ବ୍ରାଉନ ସୁଗାର ଜବତ ସହିତ ମଦର କାରବାର ଅଧିକ ଭାବରେ ବଢିଛି।ରାଜ୍ୟ ସରକାର ଏସବୁ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ଏସବୁ ଭିତରେ ମଧ୍ୟ ଅନେକ ସମୟରେ ଚୋରା କାରାବାର ବଢ଼ିବାରେ ଲାଗିଛି। ଆଜି ପାଡୁଆ ଏବଂ ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ପାଟ୍ରୋଲିଂ ସମୟରେ ବାଲଡ଼ା ଗାଁ ନିକଟରୁ ୩୦ କେ.ଜିର ଗଞ୍ଜେଇ ଜବତ ହୋଇଛି । ଏହା ସହିତ ୩ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ କାବୁ କରିଛି। ଗିରଫ ତିନି ଜଣ ମହାରାଷ୍ଟ୍ର ପୁଣେ ଅଞ୍ଚଳର ଅଭିଷେକ ଦୁବେ, ଶିବମ୍ ବାଦ୍ରେ, ସାଗର ବାଦ୍ରେ ବୋଲି ଜଣାପଡିଛି ।
ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି।
ସୂଚନାନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ, ନନ୍ଦପୁର ଏସ୍ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ବିଜାଗୁଡ଼ା ଗ୍ରାମ ନିକଟରେ କିଛି ଚାଷୀ ଗଞ୍ଜେଇ ଅମଳ କରି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚଢାଉ କରିଥିଲା। ପୋଲିସକୁ ଦୁଇ ଚାଷୀ ଫେରାର ହୋଇଯାଇଥିବା ବେଳେ ୬ଟି ବସ୍ତାରେ ପ୍ରାୟ ୧୬୦ କେ.ଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଫେରାର ଥିବା ଚାଷୀଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ମାଛକୁଣ୍ଡ ପୋଲିସ। ବିଶାଖାପାଟଣାକୁ ହେଉଥିଲା ଚାଲାଣ ।ସରକାର ଏସବୁ ରୋକିବା ପାଇଁ ଏସଟିଏଫ(STF)ସ୍ପେସିଆଲ ଟାକ୍ସ ଫୋର୍ସ ନିର୍ମାଣ କରିଛନ୍ତି।ଏସବୁ କାରବାର ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ସହ କାର୍ଯ୍ୟନୁଷ୍ଠାନର ଆବଶ୍ୟକତା ରହିଛି।
