Wed. Oct 14th, 2026

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର l ସୋମବାର ଦିନ ଚନ୍ଦାହାଣ୍ଡି ବ୍ଲକ  ଗସ୍ତ କରି , ବ୍ଲକ  ସଭାଗୃହ  ଠାରେ  ଚନ୍ଦାହାଣ୍ଡି  ବ୍ଲକବାସୀଙ୍କ ବ୍ୟକ୍ତିଗତ ଓ ସାମୁହିକ ସର୍ବମୋଟ 37 ଟି ଅଭିଯୋଗର  ଶୁଣାଣୀ  କରିଥିଲେ l ଜିଲ୍ଲାପାଳଙ୍କ ଲୋକଙ୍କୁ ଅଭିଯୋଗ  ଶୁଣାଣୀ  ଅଵସରରେ  ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଚନ୍ଦାହାଣ୍ଡି ତହସିଲଦାର  ସ୍ନିଗ୍ଧାରାଣୀ  ପଳେଇ, ବିଡ଼ିଓ ଧର୍ମରାଜ  ମାଝି, ଚନ୍ଦାହାଣ୍ଡି ବ୍ଲକ  ଅଧ୍ୟକ୍ଷା  ସୁମିତ୍ରା ପୂଜାରୀ ଉପସ୍ଥିତ ରହି  ଲୋକଙ୍କ ଅଭିଯୋଗ ଶୁଣିଥିଲେ ।  ବ୍ୟକ୍ତିଗତ ଅଭିଯୋଗ  ମଧ୍ୟରେ ବେହେରାମୁଣ୍ଡା ଗ୍ରାମର  ନଥୁ  ଖାନ  ଗତ 2014 ମସିହା ରେ   ନିଜ  ସ୍ତ୍ରୀ ର ଚିକିତ୍ସା ପାଇଁ ଟଙ୍କା ଦରକାର  ଥିବାରୁ  ସି ଜି -04-ଜେ ଡି -5010 ନମ୍ବର ଯୁକ୍ତ ଗାଡିରେ  ଛତିଶଗଡ   32 କ୍ୟୁଣ୍ଟାଲ ଧାନ  ବିକ୍ରୀ ପାଇଁ ନେଉଥିଲେ। ସେତେବେଳେ ତତ୍କାଳୀନ ଯୋଗାଣ ନିରୀକ୍ଷକ ପ୍ରିୟରଞ୍ଜନ ନାୟକ ଓ ଚନ୍ଦାହାଣ୍ଡି ପୋଲିସ ଦ୍ୱାରା ଧାନ ଓ ଗାଡି  ଜବତ ହୋଇଥିଲା ।  ଜବତ ଗାଡି ମୁକ୍ତ ହୋଇଥିବା  ବେଲେ ତାଙ୍କ ଧାନ  କିମ୍ବା ଟଙ୍କା ବର୍ତ୍ତମାନ ସୁଧା  ନମିଳିବାରୁ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ତେବେ ଅତିଶୀଘ୍ର ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ l  ସାମୁହିକ  ଅଭିଯୋଗ  ମଧ୍ୟରେ  ଚନ୍ଦାହାଣ୍ଡି ସଦର ଗ୍ରାମ ବାସୀଙ୍କ ପାଇଁ ସାମୁହିକ ମଶାଣି  ଗୃହ ନିର୍ମାଣ, ତଳସାହିକୁ ରାସ୍ତା, ଲ୍ୟାମ୍ପରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ, ପାନାବେଡା  ଉଚ୍ଚ ବିଦ୍ୟାଳୟ ପାଚେରୀ  ନିର୍ମାଣ ପାଇଁ  ସମାଜସେବୀ କୃଷ୍ଣ ଚନ୍ଦ୍ର ପୂଜାରୀ ଏବଂ ଗ୍ରାମବାସୀ ଅଭିଯୋଗ  ଜଣାଇଥିଲେ l  ଝରିଗାଁ  ଚିକିଲି  ଠାରୁ  ବନ୍ଦକୋନା  ପର୍ଯ୍ୟନ୍ତ ଆର  ଡି ବିଭାଗ  ଦ୍ୱାରା ନିର୍ମାଣ ହୋଇଥିବା  ରାସ୍ତା  ନିମ୍ନ ମାନର ହେବା  ସହ ଅଳ୍ପଦିନ ମଧ୍ୟରେ  ଖରାପ  ହେବା  ନେଇ ସମାଜସେବୀ ଡମ୍ବରୁ  ମାଝି  ଅଭିଯୋଗ  କରିଥିଲେ। ବିଦ୍ୟୁତ ବିଭାଗ  ଓ କର୍ମଚାରୀ ମାନଙ୍କ ମନମୁଖି  କାର୍ଯ୍ୟ ଓ ଅଘୋଷିତ  ବିଦ୍ୟୁତ କାଟ କୁ ନେଇ  ଚନ୍ଦାହାଣ୍ଡି ବ୍ଲକ  ସମିତି  ସଭ୍ୟ ସଭ୍ୟା  ମାନେ  ଅଭିଯୋଗ  କରିଥିଲେ । ଚନ୍ଦାହାଣ୍ଡି  ତହସିଲ କାର୍ଯ୍ୟଳୟ ରେ ଦୀର୍ଘ ଦିନରୁ ଜମି ପଟ୍ଟା ପାଇଁ  ଲୋକେ ଆବେଦନ  କରିଥିଲେ  ମଧ୍ୟ ପଟ୍ଟା ପ୍ରଦାନ କରିବାରେ ବିଳମ୍ବ କୁ ନେଇ ଆଇନଜୀବୀ ମହମ୍ମଦ ହୁସେନ ଅଭିଯୋଗ  କରିଥିଲେ । ବ୍ଲକରେ  ନୂତନ ରାସନ କାର୍ଡ ପ୍ରଦାନ କରାଯାଉନଥିବାରୁ  ଶୀଘ୍ର  ପ୍ରଦାନ କରିବା  ପାଇଁ ସରପଞ୍ଚ ସଙ୍ଘ ଅଭିଯୋଗ  କରିଥିଲେ । ଜିଲ୍ଲାପାଳ ଯୋଗାଣ ନିରୀକ୍ଷକ ଙ୍କୁ ଏହାର କାରଣ  ପଚାରିବା  ସହ ଏ ବାବଦ  ରେ ସରପଞ୍ଚ   ମାନଙ୍କ ସହ ଆଲୋଚନା  କରି  ତୁରନ୍ତ ସମାଧାନ  ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ  ଶୁଣାଣୀ ଅଵସରରେ ନବରଙ୍ଗପୁର  ଜିଲ୍ଲାର ସମସ୍ତ ବିଭାଗୀୟ  ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବ୍ଲକର ସମସ୍ତ ଅଧିକାରୀ  ଓ କନିଷ୍ଠ ଯନ୍ତ୍ରୀ ସହକାରୀ  ଯନ୍ତ୍ରୀ କର୍ମଚାରୀ ମାନେ  ଉପସ୍ଥିତ ରହି  ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀରେ ସହଯୋଗ କରି ଥିଲେ ।

 ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରାଙ୍କ ରିପୋର୍ଟ,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *