ଶବ୍ଦମିଡ଼ିଆ ବ୍ୟୁରୋ:ରଣପୁର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାପେଡି ଜଙ୍ଗଲର ଜୁଆ ଆଡ୍ଡା ଉପରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଚଢ଼ାଉ ହୋଇଛି। ଚାନ୍ଦପୁର ଥାନା ଅଧିକାରୀ ମୁକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଉକ୍ତ ଚଢାଉ ହୋଇଥିଲା। ଚଢ଼ାଉରେ ଗୋଟିଏ ସ୍କୁଟି ସହ ଗୋଟିଏ ପଲସର ବାଇକ୍, ଘୁଡୁଘୁଡି ପାଲି ଏବଂ ୧ ଲକ୍ଷ ନଗଦ ଟଙ୍କା ଜବତ କରିଛି ପୋଲିସ।ସେହିପରି ଭାବେ ଗୋପାଳପୁର ଗ୍ରାମର ଜୁଆ ଆଡ୍ଡା ମାଲିକ ବ୍ରଜ କିଶୋର ମାଝୀ (୬୩) ଗିରଫ ହୋଇଥିବା ବେଳେ ଅନ୍ୟ ସହଯୋଗୀ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୫୦/୨୩ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ବେହେରା କହିଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ କୃତିବାସ ହରିଚନ୍ଦନ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।
