Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:କଥାରେ ନାହିଁ ଦୈଵ ଦୁର୍ଘଟଣା କେତେବେଳେ ଆସିବ ତାର କୌଣସି ନିର୍ଦ୍ଧିଷ୍ଠତା ନାହିଁ।ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଳିକା ଉଚ୍ଚବିଦ୍ୟାଳୟରେ ଏଭଳି ଏକ ଅଘଟଣ ଘଟିଛି।ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଗେଟ୍ ଭିତରେ ପ୍ରବେଶ କରୁଥିବା ବେଳେ ମହୁମାଛି ଆକ୍ରମଣରେ ପାଖାପାଖି ୫୦ ଅଧିକ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବହୁ କଷ୍ଟରେ ପରୀକ୍ଷା ଦେବା ପରେ ଗୁରୁତର ପରୀକ୍ଷାର୍ଥୀଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଘରକୁ ଫେରିଛନ୍ତି ।

ଗୁରୁତର ପରୀକ୍ଷାର୍ଥୀମାନେ ହେଲେ ସରକାର ଉଚ୍ଚ ବିଦ୍ୟାଳୟ ମନୋହପୁରର ସୁମତି ମହାନ୍ତ, ସବିତା ମହାନ୍ତ, ସ୍ୱସ୍ତିକ ନାଏକ ଏବଂ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପିଟାପିଟିର ବିଶ୍ୱନାଥ ଜୁଆଙ୍ଗ । ଏଥିସହ ଦୁଇ ଜଣ ଶିକ୍ଷକ ମଧ୍ୟ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଗୁରୁତର ଶିକ୍ଷକଙ୍କ ମଧ୍ୟରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପିଟାପିଟିର କିଶୋର ଚନ୍ଦ୍ର ମହାନ୍ତି ଏବଂ ଗ୍ରାମ ପଞ୍ଚାୟତ ହାଇସ୍କୁଲ ବାଇଲୋବେଡ଼ା, ଭଗାମୁଣ୍ଡାର ମନୋଜ କୁମାର ମହାନ୍ତ ।

ମିଳିଥିବା ସୂଚନା ମୁତାବିକ, ଆଜି ମାଟ୍ରିକ ସମେଟିଭ-୨ ପରୀକ୍ଷାର ଦ୍ୱିତୀୟ ଦିନ ଥିଲା । ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀମାନେ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଆସିଥିଲେ । ଏହି ସ୍କୁଲ ନିକଯଷର ଥିବା ହରିଚନ୍ଦନପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଖରେ ଥିବା ବରଗଛ ମୂଳରେ ଛିଡ଼ା ହୋଇଥିଲେ । ହଠାତ୍ ବରଗଛରେ ଥିବା ମହୁମାଛି ଉଡ଼ିବା ଆରମ୍ଭ କରିବା ସହ ଗଛ ପାଖରେ ଥିବା ପରୀକ୍ଷାର୍ଥୀଙ୍କୁ ଆକ୍ରମଣ କରିଥିଲେ । ତେବେ ମହୁମାଛି ଆକ୍ରମଣ କରିବା ଦେଖି ପରୀକ୍ଷାର୍ଥୀମାନେ ଦୌଡ଼ିବା ଆରମ୍ଭ କରିଥିଲେ । ୫୦ରୁ ଅଧିକ ପରୀକ୍ଷାର୍ଥୀ ଓ ୨ ଜଣ ଶିକ୍ଷକ ମହୁମାଛି ଆକ୍ରମଣରେ ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିଲେ ମଧ୍ୟ ଇଂରାଜୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଶେଷ ହେବା ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।

By

Leave a Reply

Your email address will not be published. Required fields are marked *