ଆରଆରଆରର ‘ନାଟୁ ନାଟୁ’ ଗୀତକୁ ଓସ୍କାର ପୁରସ୍କାର ମିଳିବାରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ସରଛି ଓସ୍କାର ପୁରସ୍କାର ସମ୍ମାନ ୨୦୨୩।ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ଓସ୍କାର ସମ୍ମାନ ଏକ ବଡ଼ ସମ୍ମାନ।ସେହି କ୍ରମରେ ଚଳଚ୍ଚିତ୍ରକୁ ମିଳି‌ଥିବା ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ପାଇଁ ଆରଆରଆରର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଏଥି ସହିତ ଭାରତର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ପାଇଁ ଓସ୍କାର ପୁରସ୍କାର ଲାଭ କରିଛି।ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ସମ୍ମାନ ପାଇଁ ‘ଦ ଏଲିଫ୍ୟାଣ୍ଟ ହ୍ବିସପର’ପାଇଁ ର ସମଗ୍ର ଦଳକୁ ଅଭିନନ୍ଦନ। ତାଙ୍କର କାର୍ଯ୍ୟ ଚମତ୍କାର ବିକାଶ ଏବଂ ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାର ମହତ୍ତ୍ବକୁ ଆଲୋକିତ କରିଛି।

ଏଥି ସହିତ, ‘ନାଟୁ ନାଟୁ’ ଗୀତକୁ ନେଇ ସେ କହିଛନ୍ତି ଯେ, ନାଟୁ ନାଟୁର ଲୋକପ୍ରିୟତା ବିଶ୍ୱବ୍ୟାପୀ ହୋଇପାରିଛି। ଏହା ଆଗାମୀ ବର୍ଷଗୁଡ଼ିକ ପାଇଁ ସ୍ମରଣୀୟ ହୋଇ ରହିବ। ସମସ୍ତଙ୍କୁ ଅଭିନନ୍ଦନ!
ସୂଚନାଥାଉକି, ଭାରତୀୟ ଚଳଚ୍ଚିତ୍ର ‘ଆରଆରଆର’ର’ ନାଟୁ ନାଟୁ ‘ଗୀତ ଏକାଡେମୀ ପୁରସ୍କାରରେ ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ଓସ୍କାର ଜିତି ଇତିହାସ ସୃଷ୍ଟି କରିଛି। ଏହି ବର୍ଗରେ, ‘ନାଟୁ ନାଟୁ’ ଗୀତ ସହିତ ହୋଲ୍ଡ ମାଇଁ ହ୍ୟାଣ୍ଡ, ଲିଫ୍ଟ ମି ଅପ୍, ଏବଂ ଅର୍‌ ଦିସ୍‌ ଇଜ୍‌ ଏ ଲାଇଫ୍‌ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା। ତେଲୁଗୁ ଗୀତ ‘ନାଟୁ ନାଟୁ’କୁ ଏମଏମ କୀରାବାଣୀ ରଚନା କରିିିଥିବା ବେଳେ ଏହାକୁ କାଲା ଭୈରବ ଏବଂ ରାହୁଲ ସିପଲିଗୁଞ୍ଜ ଗାଇଛନ୍ତି। ‘ନାଟୁ ନାଟୁ’ ଅର୍ଥ ହେଉଛି ‘ନାଚିବା’। ଏହି ଗୀତଟିରେ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆର ନାଚିଥିବା ସିନେମାରେ ଚିତ୍ରିତ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଏବଂ ଉଭୟ କଳାକାରଙ୍କୁ ଉତ୍ସାହିତ କରିବ।

You May Also Like

More From Author

+ There are no comments

Add yours