ଶବ୍ଦମିଡ଼ିଆ ବ୍ୟୁରୋ:ସରଛି ଓସ୍କାର ପୁରସ୍କାର ସମ୍ମାନ ୨୦୨୩।ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ଓସ୍କାର ସମ୍ମାନ ଏକ ବଡ଼ ସମ୍ମାନ।ସେହି କ୍ରମରେ ଚଳଚ୍ଚିତ୍ରକୁ ମିଳିଥିବା ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ବେଷ୍ଟ ଅରିଜିନାଲ୍ ସଙ୍ଗ୍ ପାଇଁ ଆରଆରଆରର ‘ନାଟୁ ନାଟୁ’ ଗୀତକୁ ଓସ୍କାର ମିଳିଛି। ଏଥି ସହିତ ଭାରତର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପର୍’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ପାଇଁ ଓସ୍କାର ପୁରସ୍କାର ଲାଭ କରିଛି।ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ସମ୍ମାନ ପାଇଁ ‘ଦ ଏଲିଫ୍ୟାଣ୍ଟ ହ୍ବିସପର’ପାଇଁ ର ସମଗ୍ର ଦଳକୁ ଅଭିନନ୍ଦନ। ତାଙ୍କର କାର୍ଯ୍ୟ ଚମତ୍କାର ବିକାଶ ଏବଂ ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାର ମହତ୍ତ୍ବକୁ ଆଲୋକିତ କରିଛି।
