ଆଜି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଘେରିବ କଂଗ୍ରେସ ଦଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ରାଜଭବନ ଘେରାଉ କରିବ କଂଗ୍ରେସ ଦଳ।ସାରା ଜିଲ୍ଲାରୁ କଂଗ୍ରେସ ନେତା ଆସିବେ।

ଏ ନେଇ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଦାନିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ଏହି ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ବି ଦଳ ଆନ୍ଦୋଳନ କରିବ । ୨୨ ବର୍ଷ ଧରି ବିଜେଡି ଶାସନରେ ଥାଇ ମଧ୍ୟ ଓଡ଼ିଶାର ଯୁବକ ଆଜି ଦିଗହରା । ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୨ ବର୍ଷରେ ୪୪ ଲକ୍ଷ ତ ଦୂର କଥା ୨ ଲକ୍ଷ ଯୁବକଯୁବତୀଙ୍କୁ ବି ନିଯୁକ୍ତି ଦିଆଗଲା ନାହିଁ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯାଗାଇ ଦେବେ ବୋଲି ୨୦୦୮ରେ କହିଥିଲେ । କିନ୍ତୁ ୨୦୨୩ ମସିହା ଜାନୁଆରୀ ସୁଦ୍ଧା ୧୭ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇନାହିଁ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ଜାଣିପାରୁନାହିଁ ପୁଲିସ୍‌ । ସେହିପରି କେନ୍ଦ୍ର ସରକାର ଗରିବଙ୍କ ମାଗଣା ୫ କିଲୋ ଚାଉଳ କାଟିବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ଘର ମିଳିବା, ଜେଲରେ ଗୋବିନ୍ଦର ମୃତ୍ୟୁ, ମହାନଦୀ ଜଳ ପ୍ରସଙ୍ଗ, ହକି ନାଁରେ ହରିଲୁଟ୍‌ ଭଳି ପ୍ରସଙ୍ଗରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

You May Also Like

More From Author

+ There are no comments

Add yours