ସଂସଦ ଗୃହରେ ଆଜିଠୁ ଦେଶର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଶେଷ ହୋଇଛି।ପ୍ରଥମ ବଜେଟ ଅଧିବେଶନରେ ଦେଶର ଆର୍ଥିକ ବଜେଟ ପୂର୍ଣ୍ଣାଙ୍ଗ ହୋଇଥିଲା।ତେବେ ଆଜିଠାରୁ ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଆରମ୍ଭ ହେବ।ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ ଅର୍ଥ ବିଧେୟକ ଗୃହୀତ ସହିତ ରେଳବାଇ, ପଞ୍ଚାୟତିରାଜ, ପର୍ଯ୍ୟଟନ, ସଂସ୍କୃତି ଓ ସ୍ବାସ୍ଥ୍ୟ ବିଭାଗକୁ ଅନୁଦାନ ଦାବି ଉପରେ ଆଲୋଚନା କରାଯିବ।

ଅନ୍ୟପଟେ ବିରୋଧୀ ରାଜନୈତିକ ଦଳଗୁଡିକ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଏହା ସହିତ ଗୌତମ ଆଦାନିଙ୍କ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗକୁ ଗୃହରେ ଉଠାଇବେ। ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାଳରେ ବିରୋଧୀ ଦଳଗୁଡିକ ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ ରଖିଥିଲେ।
କଂଗ୍ରେସ ନେତା କେ ସୁରେଶ କହିଛନ୍ତି ଯେ ତାଙ୍କ ଦଳ ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗରେ ସରକାରଙ୍କ ଠାରୁ ଉତ୍ତର ଲୋଡିବା ଦାବି ପୁନର୍ବାର ଉଠାଇବ। ଏହା ସହିତ ଘଟଣାର ତଦନ୍ତ ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ଦାବି ଉଠାଇବ। ଜାନୁଆରୀ ୩୧ରୁ ପ୍ରଥମ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଫେବୃଆରୀ ୧୩ରେ ଶେଷ ହୋଇଥିଲା। ଫେବୃଆରୀ ୧ରେ ସଂସଦରେ ୨୦୨୩-୨୪ବର୍ଷର ବଜେଟ୍‌ ଉପସ୍ଥାପନ ହୋଇଥିଲା।ଆଜି ବଜେଟରେ କେଉଁ ସବୁ ବିଲ ଗୃହୀତ ହେବ ବଜେଟ ପରେ ଜଣାଯିବ।

You May Also Like

More From Author

+ There are no comments

Add yours