୧୫ରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୫ରୁ ଧର୍ମଘଟ ବସିବ ଡ୍ରାଇଭର ସଂଘ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ଡ୍ରାଇଭର ମାନେ। ଧର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ। ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ।

ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ଯେ, ମହାମଞ୍ଚ ଅଧୀନରେ ରାଜ୍ୟର ୫ ଡ୍ରାଇଭର ସଂଘ ଓ ମହାସଂଘ ଏହି ଧର୍ମଘଟରେ ସାମିଲ ହେବେ । ଡ୍ରାଇଭରମାନଙ୍କ ସମସ୍ୟାର ସମାଧାନ ନେଇ ସରକାରଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏପରିକି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ମଧ୍ୟ ମହାମଞ୍ଚ ନିରାଶ ହୋଇଛି। ତେଣୁ ସେମାନଙ୍କ ସମସ୍ୟା ସମାଧାନ ହେବା ଯାଏଁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବା ପାଇଁ ଡ଼୍ରାଇଭର ଏକତା ମହାମଞ୍ଚ ନିଷ୍ପତ୍ତି ନେଇଛି।

You May Also Like

More From Author

+ There are no comments

Add yours