Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଇଟି ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟନାୟକ।ମନୋଜ ମିଶ୍ରଙ୍କୁ ଗତବର୍ଷ ଡିସେମ୍ବର ମାସରେ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ଏହାକୁ ନେଇ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି ବିରୋଧି । ପୂର୍ବରୁ ବିଜେପି ଏହି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏବା କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ତେବେ ଏହି ପ୍ରସଙ୍ଗରେ ବିଜୟ ଆଗକୁ ଆଇନର ଆଶ୍ରୟ ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ମନୋଜ ମିଶ୍ରଙ୍କୁ ସରକାର ଆଇଟି ବିଭାଗର ପ୍ରମୁଖ ସଚିବ ନିଯୁକ୍ତ କରିବା ତୃଟିପୂର୍ଣ୍ଣ ବୋଲି ଅଭିଯୋଗ କରିବା ସହ ସରକାର ସ୍ବେଚ୍ଛାଚାରିତା କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସରକାରଙ୍କର ଏହା ଭୁଲ୍ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛନ୍ତି, “ଯେ କୌଣସି ଲୋକଙ୍କୁ ଆଣି ପ୍ରମୁଖ ସଚିବ କରିବା ଠିକ୍ ନୁହେଁ । ଯଦି ସରକାର ଆଇଟି ଏବଂ ଟେକ୍ନୋଲୋଜିର ବିକାଶ ଚାହୁଁଛନ୍ତି, ତାହେଲେ ସେହି ଫିଲ୍ଡରୁ ଜଣେ ଅନୁଭୂତି ସମ୍ପନ୍ନ ଲୋକଙ୍କୁ ଆଣି ପାରିଥାନ୍ତେ । ହେଲେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ନିୟମ ବଦଳାଇବ। ଏକ ପ୍ରକାର ସ୍ଵେଚ୍ଛଚାରିତା । ସରକାର ଯାହାକୁ ଚାହିଁବେ ତାକୁ ପଦବୀ ଦେଇପାରିବେ ନାହିଁ । ଯେଉଁଭଳି ମନୋଜ ମିଶ୍ରଙ୍କୁ ନୁଯୁକ୍ତି ଦିଆଗଲା ତାକୁ ମୁଁ ନାପସନ୍ଦ କରୁଛି । ଯଦି ସରକାର ଏଭଳି କରିବେ, ଆଗକୁ କଣ ହେବ ତାହାର କଳନା କରିବା କାଠିକର ପାଠ ମନେହେଉଛି ଯାହା ଏହି ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ।ତେବେ ଏହି ପ୍ରସଙ୍ଗରେ ଆଗକୁ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଇନର ଆଶ୍ରୟ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମନୋଜ ମିଶ୍ର ହେଉଛନ୍ତି ୨୦୦୦ ମସିହା କ୍ୟାଡରର ଭାରତୀୟ ପ୍ରଶାସନିକ ଅଧିକାରୀ । ଦିଲ୍ଲୀରେ କେନ୍ଦ୍ରୀୟ ଡେପୁଟେସନ ସାରି ଓଡିଶା ଫେରିବା ପରେ ତାଙ୍କୁ ଡିସେମ୍ବର ମାସରେ ରାଜ୍ୟ IT ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ ଦୀର୍ଘଦିନ ରେଳ ବିଭାଗରେ କାର୍ଯ୍ୟ କରିଥିଲେ । ପୂର୍ବରୁ ବିଜେପି ମଧ୍ୟ ମନୋଜଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଥିଲା ।ସରକାର ଏଭଳି ବେଆଇନ ନିଯୁକ୍ତି ପ୍ରକ୍ରିୟାର ବିଧିବଦ୍ଧ ଉତ୍ତର ନଦେବା ପର୍ଯ୍ୟନ୍ତ ବିରୋଧି ସରକାରଙ୍କୁ ଏହିଭଳି ପ୍ରଶ୍ନବାଣ କରିଚାଲିଥିବେ ଯାହା ଆଜି ଦେଖିବାକୁ ମିଳିଛି।

By

Leave a Reply

Your email address will not be published. Required fields are marked *