Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:

ଅମିତ ଶାହଙ୍କ ଦୃଢୋକ୍ତି ଆଜି ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ଭାବେ ଦମନ କରାଯିବ। ଗତ ୯ ବର୍ଷ ହେବ ଏନ୍‌ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ୱାନ ସବୁର ସଫଳ ମୁକାବିଲା କରୁଛି। ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସିଆଇଏସ୍‌ଏଫ୍‌ର ୫୪ତମ ରାଇଜିଙ୍ଗ୍‌ ଡେ ପରେଡ୍‌ରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି।ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜିରୋ-ଟଲରାନ୍‌ସ୍‌ ନୀତି ବଳବତ୍ତର ରହିବ ବୋଲି ଶାହ କହିଛନ୍ତି।

ଗତ ୯ ବର୍ଷ ହେବ ଏନ୍‌ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଚାଲେଞ୍ଜର ସବୁର ସଫଳ ମୁକାବିଲା କରୁଛି ବୋଲି ସେ କହିଛନ୍ତି। ଶାହ କହିଛନ୍ତି ଯେ, କଶ୍ମୀରରେ ହିଂସା ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ଉତ୍ତରପୂର୍ବରେ ବିଦ୍ରୋହ ଏବଂ ବାମ ପନ୍ଥୀ ଚରମବାଦ ପ୍ରଭାବିତ ଅଞ୍ଚଳ ମଧ୍ୟ ହ୍ରାସ ପାଇଛି। ଜନସାଧାରଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଉଛି।

ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଅନେକ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସ୍ୱାଭାବିକ ଜୀବନଯାପନ ଆରମ୍ଭ କରିଥିବା କଥା ସେ କହିଛନ୍ତି।ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ସିଆଇଏସ୍‌ଏଫ୍‌’ ତାର ବାର୍ଷିକ ରାଇଜିଙ୍ଗ୍‌ ଡେ ସେଲିବ୍ରେସନ୍‌ ଜାତୀୟ ରାଜଧାନୀ ବାହାରେ ପାଳନ କରାଯାଉଛି। ଏଥର ଏହା ହାକିମପେଟ୍‌ସ୍ଥିତ ସିଆଇଏସ୍‌ଏଫ୍‌ ନ୍ୟାସ୍‌ନାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଏକାଡେମିରେ ଆୟୋଜନ କରିଛି।ଶାହଙ୍କ ଏହି ଆଜିର ଏହି ସଂକଳ୍ପପୂର୍ଣ୍ଣ ବାର୍ତ୍ତା ଦେଶବାସୀ ଏବଂ ସିଆଇଏସଏଫ ଜବାନଙ୍କ ମନରେ ଉତ୍ସାହ ଆଣିଛି।

By

Leave a Reply

Your email address will not be published. Required fields are marked *