Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଦୀର୍ଘଦିନ ବ୍ୟବଧାନ ପରେ ଫ୍ଲୋରକୁ ଆସିଲା ରଣବିର କାପୁର ଏବଂ ଶ୍ରଦ୍ଧା କାପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’।ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଛି।ଏହା ହୋଲି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ପାଇଥିଲା। ଏହି ଚଳଚ୍ଚିତ୍ରଟି ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଗ୍ରୀନ୍‌ ସିଗନାଲ ପାଇଛି।

ଏହି ଫିଲ୍ମ ଶନିବାର ଦିନ ବକ୍ସ ଅଫିସରେ ମଧ୍ୟ ନିଜର ରୋଜଗାର ଜାରି ରଖିଛି। ଖବର ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ଚତୁର୍ଥ ଦିନରେ ପ୍ରାୟ ୧୩ କୋଟି ରୋଜଗାର କରିଛି। ହେଲେ ଫିଲ୍ମଟି ଗୁରୁବାର ଏବଂ ଶୁକ୍ରବାରରେ ସାମାନ୍ୟ ହ୍ରାସର ସମ୍ମୁଖୀନ ହେବାକୁ ପଡିଲା । କିନ୍ତୁ ବର୍ତ୍ତମାନ ଶନିବାର ଦିନ ଏଥିରେ ଏକ ବଡ ବମ୍ପର ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଏହି ଫିଲ୍ମରେ ପ୍ରାୟ ୮.୭୫ କୋଟି ନିଟ୍ ସଂଗ୍ରହ ହୋଇଥିଲା। ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ୍ ଅନୁଯାୟୀ ଶନିବାରର ସଂଗ୍ରହ ପ୍ରାୟ ୧୩.୫ କୋଟି ନିଟ୍ ହେବ ବୋଲି ଆଶା କରାଯାଉଛି । ଏହାର ତୃତୀୟ ଦିନ ସୁଦ୍ଧା ଏହି ଫିଲ୍ମଟି ପ୍ରାୟ ୩୧.୭୫ କୋଟି ସଂଗ୍ରହ କରିଥିଲା। କିନ୍ତୁ ଶନିବାରର ପାଖାପାଖି ୫୦ କୋଟି ହେବ।

ତେବେ ରବିବାର ଦିନ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ରବିବାର ଦିନ ଯଦି ଫିଲ୍ମଟି କଲେକସନ କଲା ଫିଲ୍ମର ପ୍ରଥମ ୱିକେଣ୍ଡ୍ ରୋଜଗାର ୬୦ କୋଟି ଟଙ୍କା ପାଖାପାଖି ପହଞ୍ଚିବ । ଚଳଚ୍ଚିତ୍ର ରିଲିଜ ହେବାର ପ୍ରଥମ ଦିନରେ ୧୫.୭୩ କୋଟି ଟଙ୍କା ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ, ‘ତୁ ଝୁଠି ଥୀ ମେଁ ମକ୍କାର’ ଲଭ୍ ରଂଜନଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଡିମ୍ପଲ୍ କପାଡିଆ, ବୋନି କପୁର ମଧ୍ୟ ଅଭିନୟ କରିଛନ୍ତି।ତେବେ ଆଗାମୀ ଦିନରେ ଚଳଚ୍ଚିତ୍ର କେତେ ଟଙ୍କା ଆୟ କରିବ ତାହା ଆଗକୁ ଜଣାପଡିବ।

By

Leave a Reply

Your email address will not be published. Required fields are marked *