କପିଲ ଶର୍ମା କମେଡି ସୋ ରେ ନଜର ଆସିପାରନ୍ତି ପ୍ରଧାନମନ୍ତ୍ରୀ,ଜାଣନ୍ତୁ ନିମନ୍ତ୍ରଣ ସମୟରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତର ମନୋରଞ୍ଜନ କ୍ଷେତ୍ରର ସବୁଠାରୁ ବଡ଼ କମେଡ଼ି ସୋ ହେଉଛି କପିଲ ଶର୍ମା କମେଡ଼ି ସୋ।ଏହି ସୋ ମାଧ୍ୟମରେ ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରାମ ଚରଣ ଏବଂ ଜୁନିଅର ଏନଟିଆର ଭଳି ତାରକାମାନେ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ଅଭିନୟ ଜାରି ରଖିଛନ୍ତି ।

ନିକଟରେ କପିଲ ଶର୍ମା ଏକ ଖୁଲାସା କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ତାଙ୍କ ଶୋ’ରେ ନିମନ୍ତ୍ରଣ କରିଥିଲେ । ଯଦିଓ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଶୋ’ରେ ଯୋଗଦେବାକୁ ମନା କରି ଦେଇଛନ୍ତି ।

ତଥାପି ଗଣମାଧ୍ୟମକୁ କପିଲ ଶର୍ମା କହିଛନ୍ତି ଯେ, ଯେତେବେଳେ ମୁଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି, ”ମୁଁ ତାଙ୍କୁ କହିଥିଲି ଯେ ସାର୍, ଆମ ଶୋ’କୁ କିଛି ସମୟ ଆସନ୍ତୁ । ଏହି କଥା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମୋର ବିରୋଧୀମାନେ ବହୁତ କମେଡି କରୁଛନ୍ତି ” । ପରେ କପିଲ ଶର୍ମା ପୁନର୍ବାର ପଚାରିଥିଲେ କିଛି ସମୟ ଆମକୁ ସମୟ ଦିଅନ୍ତୁ, ହେଲେ ପ୍ରଧାନମନ୍ତ୍ରୀ ସିଧାସଳଖ ମନା କରି ନାହାଁନ୍ତି । କିନ୍ତୁ ଯଦି ପ୍ରଧାନମନ୍ତ୍ରୀ ଶୋ’କୁ ଆସନ୍ତି ତେବେ ଆମ ପାଇଁ ସୌଭାଗ୍ୟର କଥା ହେବ ।

ତେବେ ହାସ୍ୟ ଅଭିନେତା ଆହୁରି ମଧ୍ୟ କହିଛନ୍ତି ଯେ ‘ଯେତେବେଳେ ମୁମ୍ବାଇରେ ଚଳଚ୍ଚିତ୍ର ସଂଗ୍ରହାଳୟର ଉଦଘାଟନ ହୋଇଥିଲା, ସେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍‌ ଅନେକ କମେଡି କରିଥିଲେ । ମୋଦିଙ୍କ ଏହି ଥଟ୍ଟାକୁ ସେଠାରେ ଉପସ୍ଥିତ ଥିବା ପୁରା ଇଣ୍ଡଷ୍ଟ୍ରି ବେଶ୍‌ ଉପଭୋଗ କରିଥିଲେ​​ । ସେଥିପାଇଁ ମୁଁ ଚାହେଁ ଯେ, ଆମେ ଯାହା ଦେଖିଲୁ ତାହା ସମଗ୍ର ବିଶ୍ୱ ଦେଖୁ । ସେଥିପାଇଁ ଆମ ଏହି ଶୋ’କୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଛୁ ।

ନିକଟରେ କପିଲ ଶର୍ମା ତାଙ୍କର ନୂଆ ଚଳଚ୍ଚିତ୍ର ଜିଭିଗାଟୋ ବିଷୟରେ ଆଲୋଚନା କରୁଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କୁ ଏକ ଡେଲିଭରି ବାଳକ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୧୭ ରେ ପ୍ରେକ୍ଷାଳୟକୁ ଆସିବ । ଏହାପୂର୍ବରୁ କପିଲ ଶର୍ମା ‘କିସ୍ କିସ୍କୋ ପ୍ୟାର କରୁଁ’ ଏବଂ ‘ଫିରଙ୍ଗି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।କପିଲ ଶର୍ମା ଆଜି ନିଜର ଚେଷ୍ଟାରେ ଉଭୟ କମେଡ଼ି ଏବଂ ଅଭିନୟ କ୍ଷେତ୍ରରେ ନିଜର ପରିଚୟ ତିଆରି କରିପାରିଛନ୍ତି।

You May Also Like

More From Author

+ There are no comments

Add yours