Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:5ଟି ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ରହିଛନ୍ତି।ଆଜି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଏହା ସହିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।ଖବର ଅନୁଆୟୀ, ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ତଥା 5ଟି ସଚିବ ଭି.କେ ପାଣ୍ଡିଆନ୍‌ ୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି । ଶନିବାର ରାଉରକେଲା, ବଣେଇ, କୋଇଡ଼ା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ପରେ ରବିବାର ଦିନ ସକାଳୁ ପ୍ରଥମେ ରାଜଗାଙ୍ଗପୁର ଘୋଘର ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ପୂଜକ, ଟ୍ରଷ୍ଟି ମେମ୍ବର ଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀଙ୍କ ସହ ଆଲୋଚନା କରିବା ସହ ଡାକ୍ତରଖାନା ବୁଲି ଦେଖିଥିଲେ । ରେଲେଓ୍ୱେ ଓଭର ବ୍ରିଜର କାମ ମଧ୍ୟ ବୁଲି ଦେଖିଥିଲେ । ଏହି ସମୟରେ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜଗାଙ୍ଗପୁର ପରେ ଟାଙ୍ଗରପାଳି ହେମଗିରି ,ବାଲିଶଙ୍କ ରାଓ ସଦର ବ୍ଲକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିବେ ।ବର୍ତ୍ତମାନ ସମୟରେ 5ଟି ସଚିବ ରାଜ୍ୟର ବିଭିନ୍ନ ଜିଲ୍ଲା ପରିଦର୍ଶନ କରୁଛନ୍ତି।ଜିଲ୍ଲାର ସମସ୍ୟା ଏବଂ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି।ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର କିପରି ବିକାଶ ହୋଇପାରିବ ସେ ନେଇ ଆଲୋଚନା ଏବଂ ପ୍ରତିଶୃତି ରଖୁଛନ୍ତି।

By

Leave a Reply

Your email address will not be published. Required fields are marked *