ଦୋଳ ବିମାନକୁ କାନ୍ଧେଇ ନେବାବେଳେ ଅଘଟଣ: ପିକଅପ ଭ୍ୟାନଧକ୍କାରେ ୨ ମୃତ, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ଦୋଳବିମାନକୁ କାନ୍ଧେଇ ନେବାବେଳେ ଅଘଟଣ । ଅଧାବାଟରେ ପଛପଟୁ ପିକଅପ ଭ୍ୟାନ ଧକ୍କା ହେବା ଫଳରେ ଘଟଣାରେ ୨ ଜଣଙ୍କର ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଚାନ୍ଦବାଲି ରାସ୍ତା ଦୁହୁରିଆରେ ଏହି ଦୁର୍ଘଟଣା ଘଟିଛି । କେନ୍ଦ୍ରାପଡ଼ା ବଡ଼ଗାଁର ଆଠ ଜଣ ଲୋକ ଦୋଳବିମାନକୁ କାନ୍ଧେଇ ସ୍ଥାନୀୟ ବାଲିଆ ମେଲଣକୁ ଯିବା ସମୟରେ ପଛପଟୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି । ଘଟଣାସ୍ଥଳରେ ବଡ଼ଗାଁର ସୋମନାଥ ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଦୁର୍ଘଟଣା କରିଥିବା ପିକଅପ ଜବତ ହୋଇଥିବା ବେଳେ ଚମ୍ପଟ ମାରିଛି ଡ୍ରାଇଭର ।

You May Also Like

More From Author

+ There are no comments

Add yours