ଶବ୍ଦ ଓଡିଶା ବ୍ୟୁରୋ: ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର ହେବେ ସାମ୍ବାଦିକ। ବଲାଙ୍ଗିର ଜିଲ୍ଲା କାରାଗାରରେ ପୁଞ୍ଜିଲାଲ ମେହେର ସମ୍ବଲପୁର ଓପନ ୟୁନିଭର୍ସିଟିରୁ ପିଜିଜେଏମ୍ସିର ପ୍ରଥମ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି। ତାଙ୍କ ପାଇଁ ଜିଲ୍ଲା କାରାଗାରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଅଧିକାରୀ ଓ କର୍ମଚାରୀମାନେ ଜେଲ ଭିତରକୁ ଯାଇ ପରୀକ୍ଷା ତଦାରଖ କରିଥିଲେ
ଅଧ୍ୟାପକରୁ ଅପରାଧୀ ହୋଇଥିଲେ ପୁଞ୍ଜିଲାଲ। ସେ ପଠାଇଥିବା ପାର୍ସଲ ବୋମା ବସ୍ଫୋରଣରେ ପାଟଣାଗଡ଼ ଭୋଳାନାଥ ପଡାର ଇଞ୍ଜିନିୟର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିଲା। ଆଉ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ସୌମ୍ୟଙ୍କ ପତ୍ନୀ। ଏହି ମାମଲାରେ ପୁଞ୍ଜିଲାଲ୍ ଗିରଫ ହୋଇ ୨୦୧୮ ମସିହାରୁ ଜେଲ ଭିତରେ ଅଛନ୍ତି। ପାଟଣାଗଡ ଏଡିଜେ କୋର୍ଟରେ ବିଚାର ପ୍ରକ୍ରିୟା ଚାଲିଛି।
+ There are no comments
Add yours