ଓଡ଼ିଶାରେ ୫୯ ଏଚ୍୩ଏନ୍୨ ସଂକ୍ରମିତ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ଏଚ୍୩ଏନ୍୨ ସଂକ୍ରମିତ । ଓଡ଼ିଶାରେ ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆରଏମ୍ଆରସି ସ୍ପଷ୍ଟ କରିବା ପରେ ସତର୍କ ଘଣ୍ଟି ବାଜିଛି । ମାସ୍କ ପିନ୍ଧିବା, ଛିଙ୍କିବା ବେଳେ ରୁମାଲ ବ୍ୟବହାର କରିବା ଓ ପ୍ରଚୁର ପରିମାଣର ପାଣି ପିଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । କୋଭିଡ ଗାଇଡଲାଇନ୍ ଯେପରି ଭାବେ କଡାକଡି ଭାବେ ପାଳନ କରାଯାଉଥିଲା ଠିକ୍ ସେହିପରି ଇନଫ୍ଲୁଏଞ୍ଜା ସଂକ୍ରମଣ ନେଇ ଗାଇଡଲାଇନ୍ ପାଳନ କରିବା ଉପରେ ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ,
– ଇନଫ୍ଲୁଏଞ୍ଜା ହେଉଛି ଏକ ସାଧାରଣ ଋତୁକାଳୀନ ଭୂତାଣୁ ସଂକ୍ରମଣ
– ଏହା ଦ୍ୱାରା ଜ୍ୱର, ଥଣ୍ଡା, କାଶ, ନାକ ବୋହିବା ଭଳି ଲକ୍ଷଣ ଦେଖାଯାଏ
– ବହୁବିଧ ରୋଗରେ ପୀଡ଼ିତ ଓ ବୃଦ୍ଧବୃଦ୍ଧାଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଜଟିଳତା ସୃଷ୍ଟିକରିପାରେ
– ଭୂତାଣୁରେ ୯୦ ପ୍ରତିଶତ ସଂକ୍ରମିତ ଆପେ ଆପେ ସୁସ୍ଥ ହୋଇଥାନ୍ତି
– ୧୦ ପ୍ରତିଶତଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ
– କ୍ରମାଗତ କାଶ ଓ କଫ ସୃଷ୍ଟି ହୋଇଥାଏ, ଔଷଧ ସେବ ଆବଶ୍ୟକ ହୁଏ
– ଏଚ୧ଏନ୧ ଓ ଏଚ୩ଏନ୨ ହେଉଛି ଇନଫ୍ଲୁଏଞ୍ଜା
– ଡିସେମ୍ବରରୁ ମାର୍ଚ୍ଚ ଭିତରେ ଭୂତାଣୁର ସଂକ୍ରମଣ ଅଧିକ ଥାଏ
– ଏହି ଭୂତାଣୁ ଶିଶୁ ଓ ବୃଦ୍ଧଙ୍କୁ ଅଧିକ ସଂକ୍ରମିତ କରିଥାଏ
– ରାଜ୍ୟର ୩୦ ଡିପିଏଚ୍ଏଲରେ କ୍ରମାଗତ ଭାବେ ଭୂତାଣୁ ଉପରେ ପରୀକ୍ଷା କରାଯାଉଛି
– ଡିପିଏଚଏଲରେ ଏଚ୧ଏନ୧ ପରୀକ୍ଷା ନିୟମିତ କରାଯାଉଛି
– ରାଜ୍ୟର ୨୩ ଆରଟିପିସିଆର ଲ୍ୟାବରେ ମଧ୍ୟ ପରୀକ୍ଷା କରାଯାଉଛି

You May Also Like

More From Author

+ There are no comments

Add yours