ଆଜିଠୁ ଫେରିବ ତାତି, ପୁଣି ୧୫ ତାରିଖ ପରେ ବଦଳିବ ପାଗ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର ଆଜିଠୁ ପାଗ ବଦଳିବ । ଆକାଶ ମେଘମୁକ୍ତ ରହିବା ସହ ପାଗ ଖରାଟିଆ ରହିବ, ଦିନରେ ତାପମାତ୍ରା ମଧ୍ୟ ବଢିବ । ଏଭଳି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ଶୁଖିଲା ପାଗ ଆସନ୍ତା ୧୪ ତାରିଖ ଯାଏଁ ରହିବ । ହେଲେ କୌଣସି ସ୍ଥାନରେ ଦିନର ତାପମାତ୍ରା ୩୯ ଡିଗ୍ରୀ ଟପିବା ସମ୍ଭାବନା କମ । ଆସନ୍ତା ୧୫ ତାରିଖ ବେଳକୁ ପୁଣି ରାଜ୍ୟର ପାଗ ବଦଳିବ ।
ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।ଆସନ୍ତା ୧୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ମାର୍ଚ୍ଚ ୧୮ରୁ ୧୯ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।

You May Also Like

More From Author

+ There are no comments

Add yours