ଶବ୍ଦମିଡ଼ିଆ ବ୍ୟୁରୋ:ଭାରତର ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତିୟ କ୍ରିକେଟରେ ୧୭ ହଜାର ରନ ପୂରଣ କରିଛନ୍ତି।ଆଜି ଅଷ୍ଟ୍ରେଲିଆ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ରୋହିତ ୨୧ ରନ ଯୋଡିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଏହି ରେକର୍ଡ ହାସଲ କରିଛନ୍ତି।
ରୋହିତଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ଏମଏସ ଧୋନି ଏବଂ ବିରେନ୍ଦ୍ର ସେହୱାଗ ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।
ପ୍ରକାଶ ଯେ, ସଚିନ ତେନ୍ଦୁଲକର ଭାରତ ପାଇଁ ସର୍ବାଧିକ ଆନ୍ତର୍ଜାତୀୟ ରନ୍ କରିଛନ୍ତି। ତେନ୍ଦୁଲକର ମଧ୍ୟ ବିଶ୍ୱ କ୍ରିକେଟ୍ ର ସର୍ବାଧିକ ରନ୍ ସ୍କୋରର। ମହାନ ସଚିନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪,୩୫୭ ରନ୍ ସ୍କୋର କରିବାର ରେକର୍ଡ ରଖିଛନ୍ତି। ଏଥି ସହିତ, ଏହି ମାମଲାରେ ଶ୍ରୀଲଙ୍କାର ଭେଟେରାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏ ତାଙ୍କ କ୍ୟାରିୟରରେ ୨୮,୦୧୬ ରନ୍ ସଂଗ୍ରହ କରିଛନ୍ତି।
