Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରିଲିଆନ୍ସ ଗ୍ରୁପର ଭାରତୀୟ ବଜାରରେ ନିଜର ଦବଦବା ରହିଛି।ଦେଶରେ ୭୦ ଦଶକରେ ସବୁଠୁ ବଡ କୋଲା ବ୍ରାଣ୍ଡ ପାଲଟିଥିବା ‘କାମ୍ପାକୋଲା’ ପୁଣି ବଜାରକୁ ଲେଉଟିଛି। ଏହି ଦେଶୀ ବ୍ରାଣ୍ଡକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ କ୍ରୟ କରି ଏହାକୁ ୩ଟି ଫ୍ଲେଭରରେ ଲଞ୍ଚ କରିଛନ୍ତି। ବଜାରର ଏହି ସେକ୍ଟରରେ ପୂର୍ବରୁ ମହଜୂଦ ପେପ୍ସି, କୋକାକୋଲା ଓ ସ୍ପ୍ରାଇଟ୍ ସମେତ ଅନ୍ୟ ସଫ୍ଟ ଡ୍ରିଙ୍କ ସହ କାମ୍ପାକୋଲାର ଟକ୍କର ହୋଇପାରେ।

ତେବେ ରିଲାଏନ୍ସ ହାତକୁ ଆସିବା ପରେ କାମ୍ପାକୋଲା ବଜାରରେ ପୁଣି ନିଜର ଦବାଦବା କାୟମ କରିବାକୁ ପଦକ୍ଷେପ ନେଇଛି।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୦୨୨ରେ ରିଲାଏନ୍ସ କାମ୍ପାକୋଲାର ଅଧିଗ୍ରହଣ ଘୋଷଣା କରିଥିଲା। ଏବେ ଏହାର ଟେକଓଭର ପୁରା ହେବା ପରେ କାମ୍ପାକୋଲା ବଜାରକୁ ଫେରିଛି। ଦିଲ୍ଲୀସ୍ଥିତ ‘ପ୍ୟୋର ଡ୍ରିଙ୍କ’ ଗ୍ରୁପ ସହ ରିଲାଏନ୍ସ ଏହି ବ୍ରାଣ୍ଡର ଡିଲ କରିଛି। ରିଟେଲ କାରବାରକୁ ବିସ୍ତାର କରିବାକୁ ଯାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ଏଣ୍ଟ୍ରି କରୁଛନ୍ତି। ଏହି କ୍ରମରେ ସେ କାମ୍ପାକୋଲା ମାଧ୍ୟମରେ କୋଲ୍ଡ ଡ୍ରିଙ୍କସ୍ ବଜାରରେ ପାଦ ଥାପିଛନ୍ତି।ତେବେ ଦେଖିବାକୁ ବାକି ରହିଲା ଏହି ଥଣ୍ଡା ପାନୀୟ ପୁଣି ଥରେ ଅନ୍ୟ ବ୍ରାଣ୍ଡର ଥଣ୍ଡା ପାନୀୟ ସହ କିପରି ଟକ୍କର ଦେଉଛି।

By

Leave a Reply

Your email address will not be published. Required fields are marked *