ପୁରୀରେ ପୁଣି ଲାଗିଲା ନିଆଁ:ପୁରୀ ରେଳ ଷ୍ଟେସନ୍ ର ୱାନ ଏ ଟ୍ରାକରେ ନିଆଁ

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀର ଗୋଟିଏ ପରେ ଗୋଟିଏ ସ୍ଥାନରେ ଲାଗୁଛି ନିଆଁ।

ପ୍ରଥମେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ, ପରେ ନୀଳାଦ୍ରି କମ୍ପେ୍ଲକ୍ସ ପରେ ଏବେ ରେଳ ଷ୍ଟେଶସନରୱାନ-ଏ ଟ୍ରାକରେ ଲାଗି ଯାଇଛି ନିଆଁ । ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟଣା ଏବେ ସହରବାସୀଙ୍କୁ ଭୟଭୀତ କରି ଦେଇଛି ।ଆଜି ପୁରୀ ରେଳ ଷ୍ଟେସନର ୱାନ-ଏ ଟ୍ରାକରେ ନିଆଁ ଲାଗିଛି ।

ଏହାପରେ ତୁରନ୍ତ ଟ୍ରାକକୁ ଖାଲି କରାଯାଇଛି । ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିଥିବା ବେଳେ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଈ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି ଘଟଣାରେ କେହି ମୃତାହତ ହୋଇ ନାହାନ୍ତି ।

ଏହା ପୂର୍ବରୁ ମରିଚିକୋଟ ଛକ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ନିଆଁ ଲାଗି ଯାଇଥିଲା । ଦୀର୍ଘ ୩୬ ଘଣ୍ଟା ପରେ ଏହି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ । ଏହା ପରେ ଗତକାଲି ଅର୍ଥାତ ଶୁକ୍ରବାର ପୁରୀର ଆଉ ଏକ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଲକ୍ଷ୍ମୀ ମାର୍କେଟ୍ କମ୍ପେ୍ଲକ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ନୀଳାଦ୍ରି କମ୍ପେ୍ଲକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍ ଶୋ’ରୁମ ଜଳି ଯାଇଥିଲା । ତେବେ ଖବର ପାଇବା ମାତ୍ରେ ଦମକଳ ବାହିନୀ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

You May Also Like

More From Author

+ There are no comments

Add yours