Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ପୁରୀରେ ପୁଣି ଲାଗିଲା ନିଆଁ।ନୀଳାଦ୍ରି କମ୍ଫ୍ଲେକ୍ସରେ ଥିବା ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଛି। ଲକ୍ଷ୍ମୀ ମାର୍କେଟ୍ କମ୍ଫ୍ଲେକ୍ସ ନିଆଁ ଲାଗିବା ଘଟଣା ମନରୁ ନଲିଭୁଣୁ ପୁଣି ନୀଳାଦ୍ରି କମ୍ଫ୍ଲେକ୍ସ ଥିବା ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗିଛି!୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିଲା ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ଫ୍ଲେକ୍ସ ନିଆଁ। ଏନେଇ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ବୁଧବାର ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀ , ଓଡ୍ରାଫ ଟିମ୍ ଦିନରାତି ଏକ୍‌ କରି ନିଆଁ ଲିଭା କାମରେ ଲାଗିଥିଲେ।

By

Leave a Reply

Your email address will not be published. Required fields are marked *