ସିସୋଦିଆଙ୍କ ଗିରଫରେ ବିଜେପିକୁ ଟାର୍ଗେଟ କଲେ କେଜିରୱାଲ,କହିଲେ କୌଶଳ କରି ସିସୋଦିଆଙ୍କୁ କରାଯାଇଇଛି ଗିରଫ

ଶବ୍ଦମିଡ଼ିଆ ବ୍ୟୁରୋ:ଆପ ନେତା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପରେ ଆଜି ପୁଣି ମୁହଁ ଖୋଲିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ।ଦିଲ୍ଲୀର ଅବକାରୀ ନୀତି ମାମଲା ତଥା କଥିତ ଅନିୟମିତତା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗୁରୁବାର ଇଡି ଗିରଫ କରିଛି। ଏହାପରେ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଭାଜପାକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ପ୍ରଥମେ ସିସୋଡିଆଙ୍କୁ ସିବିଆଇ ଗିରଫ କରିଥିଲା। ଏଥିରେ ସିବିଆଇକୁ କୌଣସି ପ୍ରମାଣ ମିଳିଲାନି। ଶୁକ୍ରବାର ତାଙ୍କ ଜାମିନ ଉପରେ ଶୁଣାଣି ଥିବା ବେଳେ ମନୀଷ ମୁକୁଳିଯାଇଥା’ନ୍ତେ। କିନ୍ତୁ ଏହା ପୂର୍ବରୁ ଇଡି ତାଙ୍କୁ ଗିରଫ କରିଛି।

ମନୀଷ ସିସୋଡିଆଙ୍କୁ ଯେକୌଣସି ମୂଲ୍ୟରେ ଜେଲ୍‌ରେ ବନ୍ଦୀ ରଖିବା ଭାଜପାର ଉଦ୍ଦେଶ୍ୟ। ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ପ୍ରତିଦିନ ନୂଆ ନକଲି ମାମଲା ସୃଷ୍ଟି କରାଯାଉଛି। ଜନସାଧାରଣ ଏହା ଉପରେ ନଜର ରଖିଛନ୍ତି, ଏହାର ଉତ୍ତର ମଧ୍ୟ ଦେବେ ବୋଲି ସେ କହିଛନ୍ତି।କେଜିରୱାଲଙ୍କ ଏହି ବିବୃତ୍ତି ପରେ ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।





You May Also Like

More From Author

+ There are no comments

Add yours