ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟିକା ସଂରକ୍ଷଣ ଭଣ୍ଡାର ଏବଂ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ର ଲୋକାର୍ପିତ

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଟିକା ସଂରକ୍ଷଣ ଭଣ୍ଡାର ସହ ରକ୍ତ ଭଣ୍ଡାର ସଂରକ୍ଷଣ କେନ୍ଦ୍ର ଲୋକାର୍ପିତ କରିଛନ୍ତି।୪ଟି ଜିଲ୍ଲାରେ ୫ଟି ରକ୍ତ ସଂଗ୍ରହ ଯାନ ଲୋକାର୍ପିତ ହୋଇଛି । ସେହିପରି ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ ଲୋକାର୍ପିତ ହୋଇଛିି ।ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇବାରେ ଅଧିକ ଲାଭଦାୟକ ହୋଇପାରିବ । ୫ଟି ରକ୍ତ ସଂଗ୍ରହ ଯାନ ମଧ୍ୟରୁ କେନ୍ଦୁଝର ପାଇଁ ଦୁଇଟି, ଅନୁଗୁଳ, ଝାରସୁଗୁଡ଼ା ଓ କନ୍ଧମାଳ ପାଇଁ ଗୋଟିଏ ସାମିଲ ରହିଛି । ଏବେ ରାଜ୍ୟରେ ୫୬ଟି ରକ୍ତଭଣ୍ଡାର ଓ ୧୪ଟି ମୋବାଇଲ ରକ୍ତ ସଂଗ୍ରହ ଯାନ ରହିଛି । ଆଗାମୀ ଦିନରେ ଆହୁରି ଅଧିକ ରକ୍ତ ସଂଗ୍ରହ ଯାନ ସାମିଲ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହାୟକ ହେବ।

You May Also Like

More From Author

+ There are no comments

Add yours