ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ,ପୁଣି ଗୃହରେ ହୋଇପାରେ ହଟଗୋଳ

ଶବ୍ଦମିଡ଼ିଆ ବ୍ୟୁରୋ:ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ।ପ୍ରଥମ ସଂକ୍ସରଣରେ ରାଜ୍ୟ ଆର୍ଥିକ ବଜେଟ ଆଗତ ହୋଇଥିଲା।ହେଲେ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ ଗୃହ ସଠିକ ଭାବରେ ଚଳାଇ ଦେଇନଥିଲେ।ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଦ୍ୱିତୀୟ ସଂସ୍କରଣ।ପୁଣି ଗୃହରେ ବହିବ ନବ ହତ୍ୟା ଝଡ। ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ଷ୍ଟ୍ରାଟେଜି। ଅନ୍ୟପଟେ କଣ କହି ଖସିବ ବାଟ ଖୋଜୁଛି ବିଜେଡି। ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାରଙ୍କୁ ଘେରିବାକୁ ବଡ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି ବିରୋଧୀ ।ପ୍ରସଙ୍ଗର କେନ୍ଦ୍ରରେ ରହିଛି ନବ ହତ୍ୟା ଷଡଯନ୍ତ୍ର । ଉଭୟ ବିଜେପି ଓ କଂଗ୍ରେସ ନବ ହତ୍ୟାର ନୂଆ ତଥ୍ୟ ଖୋଲିବାକୁ ଦେଇଛନ୍ତି ଚେତାବନୀ ।ଏତଦ ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ବିଜୁଳି ସମସ୍ୟା ଭଳି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ। ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ 7 ଦିନ ଚାଲିଥିବା ବେଳେ ବିରୋଧିଙ୍କ ନବ ହତ୍ୟା ପ୍ରସଙ୍ଗ ସରକାରଙ୍କୁ ଅକଲଗୁଡୁମ କରିଦେଇଥିଲା। ଏଥର ବିରୋଧୀଙ୍କୁ କେମିତି ମୁକାବିଲା କରୁଛି ଶାସକ ଦଳ ବିଜେଡି ତାହା ଉପରେ ନଜର ରହିଛି।ବିରୋଧୀଙ୍କ ମୂଳ ଟାର୍ଗେଟରେ ରହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଦିନ ଦୁଇପହରେ ଜଣେ ପୁଲିସ ସୁରକ୍ଷାକର୍ମୀ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କଲେ ଯାହା ଏହାଇ ସ୍ପଷ୍ଟ ଉଦାହରଣ।ଏସବୁ କଣ ଉତ୍ତର ରଖିବ ବିଜେଡି ଆଜି ବିଧାନସଭା ଅଧିବେଶନରେ ଜଣାଯିବ।

You May Also Like

More From Author

+ There are no comments

Add yours