ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଛତରପୁର ଠାରେ ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା ଘଟିଯାଇଛି।ଆଜି ଛତରପୁର ମୁଖ୍ୟ ରାସ୍ତାରେ ଚାଲୁଥିବା ଏକ ଦାମୀ ଅଡ଼ି କାରରେ ହଟାତ ନିଆଁ ଲାଗିଯାଇଥିଲା ରାସ୍ତା ମଝିରେ ଏହା ହୁତ ହୁତ ହୋଇ ଜଳିଥିଲା।ସୂଚନା ଅନୁସାରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ କୌଶଳତାର କାରଟିକୁ ରାସ୍ତାର ପାର୍ଶ୍ୱରେ ରଖିଦେଇ ଗାଡ଼ିରୁ ଡେଇଁ ପଡ଼ିଥିଲେ ଏବଂ ନିଜର ଜୀବନ ବଞ୍ଚାଇଥିଲେ।ହେଲେ କାରର ଆଗ ଭାଗଟି ସମ୍ପୂର୍ଣ୍ଣ ନିଆଁରେ ଜଳିବାକୁ ଲାଗିଥିଲା।ଏଠାରେ କହିବାକୁ ଚାହୁଁ ଯେଉଁ କାରରେ ନିଆଁ ଲାଗିଥିଲା ତାହା ଏକ ଅଡ଼ି କାର ଥିଲା।ଏତେ ମହଙ୍ଗା ଗାଡି ହୋଇ ମଧ୍ୟ ଏହି କାରରେ କିପରି ନିଆଁ ଲାଗିଲା। ସେଇଟା ହେଉଛି ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି।ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।ହେଲେ କାରଟି ସମ୍ପୂର୍ଣ୍ଣ ଭାବରେ ଜାଳି ନଷ୍ଟ ହୋଇସାରିଥିଲା।ତେବେ ଏହି ଘଟଣାରେ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଜ ଜୀବନ ବଞ୍ଚାଇପାରିଛନ୍ତି।ଏହି ଘଟଣା ଭିତ୍ତିକରି ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚିବା ସହିତ ଛାନଭିନ ଆରମ୍ଭ କରିଛି।
