ବିଜେପି ୨୦୨୪ ନିର୍ଵାଚନ ପାଇଁ ଏହି ସବୁ ରାଜ୍ୟ ଉପରେ କରିବ ଅଧିକ ଫୋକସ,ଓଡିଶା ପାଇଁ ଅଲଗା ରଣନୀତି

ଶବ୍ଦମିଡ଼ିଆ ବ୍ୟୁରୋ:୨୦୨୪ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ବର୍ଷ ବାକି ଅଛି।ଏହା ମଧ୍ୟରେ କେନ୍ଦ୍ର ଶାସନାଧୀନ ବିଜେପି ନିଜର ରଣକୌଶଳ ପ୍ରସ୍ତୁତ କରୁଛି।ପୂର୍ବୋତ୍ତର ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ସରକାର ଗଠନ ପରେ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ପାର୍ଟି ସୂତ୍ର ଅନୁଯାୟୀ, ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଗି ପାର୍ଟି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ହିନ୍ଦୀ ଭାଷାଭାଷି ରାଜ୍ୟରେ ବିଜେପି ଆଶାନୁରୂପ ସଫଳତା ତ ପାଉଛି।

ହେଲେ ଏବେ ଦଳର ଅଧିକ ଫୋକସ ତିନୋଟି ରାଜ୍ୟ ଉପରେ ରହିଛି। ତାହା ହେଉଛି ପଶ୍ଚିମବଙ୍ଗ, ଓଡିଶା ଏବଂ ଦକ୍ଷିଣ ଭାରତର ରାଜ୍ୟ।

୨୦୨୪ ପାଇଁ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବିଜେପି ନିଜର ସମସ୍ତ ଶକ୍ତି ଖଟାଇବାକୁ ଚାହୁଁଛି। ଏହି ପରିପ୍ରେକ୍ଷୀରେ ପାର୍ଟିର ସବୁଠୁ ବଡ ଚେହେରା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଶେଷ ସୁଦ୍ଧା ଅତି କମରେ ୧୦୦ ରାଲି କରିବେ। ଏହି ତିନି ରାଜ୍ୟରେ ବଡ ବଡ ପ୍ରକଳ୍ପର ଘୋଷଣା କରାଯିବା ସହ ମହିଳା ଏବଂ ସଂଖ୍ୟାଲଘୁ ଭୋଟରଙ୍କୁ ଆକର୍ଷିତ କରିବା ଉପରେ ପାର୍ଟି ଅଗ୍ରାଧିକାର ଦେବ। ଓଡିଶା, ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଭାରତର ୧୬୦ ନିର୍ବାଚନ ମଣ୍ଡଳରେ ବିଶେଷ ଧ୍ୟାନ ଦେବାକୁ ବିଜେପି ଲକ୍ଷ୍ୟ ରଖିଛି।

ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ବିଜେପି ୨୦୨୪ରେ ବମ୍ପର ବିଜୟ ଲାଗି ତିନି ରାଜ୍ୟରେ ନିଜର ଧ୍ୟାନ କେନ୍ଦ୍ରିଭୂତ କରିବ। ପ୍ରଥମ- ଦକ୍ଷିଣ ଭାରତୀୟ ରାଜ୍ୟ, ଓଡିଶା ଏବଂ ପଶ୍ଚିମବଙ୍ଗ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଶେଷ ସୁଦ୍ଧା ଅତି କମରେ ୧୦୦ ରାଲି କରିବେ।ଏହା ବାଦ୍ ଏହି ସବୁ ରାଜ୍ୟରେ ବଡ ବଡ ପ୍ରକଳ୍ପ ଘୋଷଣା କରାଯିବ। ମହିଳା ଏବଂ ସଂଖ୍ୟାଲଘୁ ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ। ବିଜେପି ସୂତ୍ର ଅନୁଯାୟୀ, ଏହା ଅନୁରୂପ କାମ କଲେ ୨୦୨୪ ପାଇଁ ବିଜେପିର ମାର୍ଗ ଟିକେ ପ୍ରଶସ୍ତ ହୋଇପାରେ।

ମହିଳା ମୋର୍ଚ୍ଚା ଶାଖାଗୁଡିକୁ ମହିଳାଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ କୁହାଯାଇଛି। ଏହା ବାଦ୍ ସଂଖ୍ୟାଲଘୁ ମୋର୍ଚ୍ଚାକୁ ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ତୃଣମୂଳସ୍ତରକୁ ଓହ୍ଲାଇ ପରିଶ୍ରମ କରିବାକୁ ପରାମର୍ଶ ଦିଆଯାଇଛି। ଏହିସବୁ ମୋର୍ଚ୍ଚାର ଫୋକସ ୬୦ ଲୋକସଭା ଅଞ୍ଚଳରେ ନିବଦ୍ଧ ରହିବ। ଏହାର ସୂଚୀ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଦକ୍ଷିଣ ଭାରତରେ ଏହି ସବୁ ରାଜ୍ୟ ଉପରେ ନଜର

୨୦୨୪ ପାଇଁ ବିଜେପିର ରାଡାରରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ କେରଳ ଅଧିକ ରହିବ। ଚଳିତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ନିଜ ସରକାରକୁ ନେଇ ଆଶ୍ଵସ୍ତ ରହିଛି। ତେବେ ପାର୍ଟିର କହିବା କଥା ଓଡିଶା ଏବଂ ପଶ୍ଚିମବଙ୍ଗରେ ପାର୍ଟିର ଧ୍ୟାନ ଅଧିକରୁ ଅଧିକ ଆସନ ଜିତିବା ଉପରେ ରହିବ। ଏହି ଦୁଇଟି ରାଜ୍ୟରେ ଅଲଗା ରଣନୀତି ଆଧାରରେ କାମ କରାଯିବ।ତେବେ ଏହା ସ୍ପଷ୍ଟ କୁହାଯାଇପାରେ ଯେ ଏଥର ଓଡିଶାକୁ ହାତେଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ କିଛି ନୂଆ ନୀତି ଆପଣାଇବେ ଦେଖିବାକୁ ବାକି ରହିଲା ଏଥର ଓଡିଶା ଦଖଲ କାହାର ହେଉଛି।

You May Also Like

More From Author

+ There are no comments

Add yours