Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ତାରିଖ ୦୯-୦୩-୨୦୨୩/ଗୁରୁବାର

୧-ଗାଁ ଠୁ ସହର ସବୁଠି ଲାଗିଲା ହୋଲିର ରଙ୍ଗ : ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ହୋଲି ପର୍ବ ।

୨-ଆଦାନୀ ଗ୍ରୁପ୍‌ର ନିବେଶକଙ୍କ ପାଇଁ ଭଲ ଖବର। ଆଦାନୀ ଗ୍ରୁପ୍‌ ୫୦୦ ମିଲିୟନ ଡଲାର (୪୦୯୬ କୋଟି ଟଙ୍କା୍) ବ୍ରିଜ୍ ଲୋନ୍ ପରିଶୋଧ କରିଛି। ମାମଲା ସହ ଜଡ଼ିତ ବ୍ୟକ୍ତିଙ୍କ ଅନୁଯାୟୀ, ଗ୍ରୁପ୍‌ ନିବେଶକଙ୍କ ଭରସା ପୁଣି ଜିତିବା ପାଇଁ ଲଗାତାର ପ୍ରୟାସ କରୁଛି।

୩-ପୁରୀରେ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ; ୫ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ଅଣନିଶ୍ୱାସୀ ଅବସ୍ଥାରେ ଉଦ୍ଧାର ।

୪-ରାଜଧାନୀକୁ ଫେରିଲା ମୌସୂମୀ: ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।

୫-ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, ମୋଦୀଙ୍କ ସହ ମିଶି ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଦେଖିବେ।

୬-ପାକିସ୍ତାନରେ ଇମରାନ ଖାନଙ୍କ ସମର୍ଥକଙ୍କ ହଙ୍ଗାମା, ଲାହୋରରେ ୭ ଦିନ ପର୍ଯ୍ୟନ୍ତ ୧୪୪ ଧାରା ।

୭-୨୭ଟି ନୂଆ ସହରରେ ମିଳିଲା Jio 5G ସେବା: ଭାରତର ୩୩୧ଟି ସହରରେ କଭର ହେଲା ।

୮-ଝାଡ଼ଖଣ୍ଡ ଯୁବକ ରଟେଇ ଥିଲେ ତାମିଲନାଡୁରେ ହିନ୍ଦୀଭାଷୀ ଶ୍ରମିକଙ୍କ ଉପରେ ନିର୍ଯାତନାର ଗୁଜବ: ପୋଲିସ ।

୯-ପିଓକେବାସୀଙ୍କ ଉପରେ ବଢୁଛି ପାକ ସରକାରଙ୍କ ନିର୍ଯାତନା । ଏଣିକି ଶିକ୍ଷାନୁଷ୍ଠାନ ଗଲେ ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ପାଇଁ ହିଜାବ ହେଲା ବାଧ୍ୟତା ମୂଳକ ।

୧୦-ଇତିହାସ ରଚିଲେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ସାଲିଜା ଧାମୀ, ଫ୍ରଣ୍ଟ ଲାଇନ କମ୍ବାଟ ୟୁନିଟରେ ନେତୃତ୍ୱ ନେଲେ ସାଲିଜା ।

୧୧-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଫେସର ଡଃ ମାଣିକ ସାହା ।

୧୨-ରଙ୍ଗର ପର୍ବ ହୋଲି : ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

୧୩-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ‘କେସିଆର୍‌’ଙ୍କ ଝିଅ କବିତାଙ୍କୁ ଜେରା କରିବ ‘ଇଡି’।

୧୪-ଅଚଳ ସାଟେଲାଇଟକୁ ସଫଳତାର ସହ ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’।

By

Leave a Reply

Your email address will not be published. Required fields are marked *