ଆଜି ମହାପ୍ରଭୁଙ୍କ ହୋଲି ନୀତି ଓ ଚନ୍ଦନ ଯାତ୍ରା ଚାପ ଅନୁକୂଳ

ଶବ୍ଦମିଡ଼ିଆ ବ୍ୟୁରୋ:

ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ହୋଲି ଓ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଦୋଳ ପର୍ବର ଅନ୍ତିମ ପର୍ବ ତଥା ଚନ୍ଦନ ଯାତ୍ରାର ଅନୁକୂଳ ପର୍ବ ହେଉଛି ଏହି ହୋଲି ପର୍ବ ଏହି ଦିନ  ମଧ୍ୟାହ୍ନ ଧୂପ ବେଶରେ ଶ୍ରୀଜୀଉଙ୍କ ନିକଟରେ ୩ ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥାଏ। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଗମ୍ଭୀରାରେ ପାଣି ପଡି ସଫା ହୋଇଥାଏ। ତତ୍ପରେ ଦକ୍ଷିଣୀ ଘର ଭୋଗ ସରିବା ପରେ ଦୋଳଗୋବିନ୍ଦ ରତ୍ନସିଂହାସନ କୁ ବିଜେ କରିଥାନ୍ତି। ଏଥି ଉତ୍ତରା ରେ ଭୂଦେବୀ , ଶ୍ରୀଦେବୀ , ଦୋଳଗୋବିନ୍ଦ ଙ୍କୁ ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ମହାଜନ ସେବକ ୩ ବିଗ୍ରହଙ୍କୁ ମୁକ୍ତି ମଣ୍ଡପ ନିକଟରେ ଥିବା ବିମାନ କୁ ବିଜେ କରାଇଥାନ୍ତି। ବିମାନବଡୁ ସେବକ ଉକ୍ତ ବିମାନକୁ ସିଂହଦ୍ୱାର ଦେଇ ନରେନ୍ଦ୍ର ଚକଡ଼ା କୁ ବିଜେ କରାଇଥାନ୍ତି।*

          *ନରେନ୍ଦ୍ର ଚକଡ଼ାରେ  ମୁଦିରସ୍ତ ସେବକଙ୍କ ଦ୍ଵାରା ପ୍ରସାଦ ଲାଗି ଓ ହଳଦୀ ପାଣି ନୀତି ହୋଇଥାଏ। ପଞ୍ଚାମୃତ ସ୍ନାନ , ପଇଡ଼ ଜଳ ରେ ସ୍ନାନ ପରେ ଶୁକ୍ଳ ବସ୍ତ୍ର ଲାଗି ହୁଅନ୍ତି।  ତତ୍ପରେ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି। ଭାଙ୍ଗ ପଣା ଭୋଗ, ବନ୍ଦାପନା ନୀତି ବଢେ। ତତ୍ପରେ ମୁଦିରସ୍ତ ବନ୍ଦାପନା , ଚାମର , ଆଲଟ ସେବା କରିଥାନ୍ତି। ଏହା ପରେ ଲେଙ୍କା ସେବକ ଙ୍କ ଦ୍ଵାରା ପୂର୍ବ ଭଳି ଛଅ ଗୋଟି ପଇଡ଼ ଦ୍ଵାରା ବେଣ୍ଟ ନୀତି ସମାପନ ହୁଏ। ପରେ ଦିଅଁଙ୍କୁ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୁଏ । ପରେ ଦିଅଁ ବାହୁଡ଼ା ବିଜେ ହୋଇ ଦେଉଳକୁ ବିଜେ ପରେ ସଂଧ୍ୟା ଆରତୀ ବଢ଼ି ଅନ୍ୟ ନୀତି ସମ୍ପନ୍ନ ହୁଏ।*

You May Also Like

More From Author

+ There are no comments

Add yours